ଡରାଇଲାଣି କରୋନା ଭାଇରସ୍ : ୭ଟି ରାଜ୍ୟର ବିମାନବନ୍ଦରରେ ଯାଞ୍ଚ

Published By : Prameya-News7 Bureau | January 26, 2020 IST

ନୂଆଦିଲ୍ଲୀ ୨୬।୧: ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଏବେ ଭାରତକୁ ଡେଇଁବାର ସୂଚନା ମିଳିବାପରେ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ବିଶେଷଜ୍ଞମାନଙ୍କର ବୈଠକ ଡକାଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି ।

କରୋନା ଭାଇରସକୁ ଯେପରି ରୋକାଯାଇପାରିବ ସେନେଇ ଅନୁଧ୍ୟାନ ପାଇଁ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।୨୪ ଘଣ୍ଟିଆ କଲ୍ ସେଣ୍ଟର ଖୋଲିବାର ବ୍ୟବସ୍ଥା କରାଯାଉଛି । ଏବେ ୭ଟି ରାଜ୍ୟର ୧୨ରୁ ଅଧିକ ଅନ୍ତର୍ଜାତିକ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା କରାଯାଇଛି ।

ନେପାଳରେ ଜଣଙ୍କଠାରେ ଏହି ଭାଇରସ୍ ନିଶ୍ଚିତ ହେବାପରେ ଉତ୍ତରାଖଣ୍ଡ ସରକାରଙ୍କୁ ଅଧିକ ସତର୍କ କରାଇ ଦିଆଯାଇଛି । ଚୀନରେ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି । ଭାଇରସ୍ ସଂକ୍ରମଣ ଯୋଗୁଁ ପୀଡିତଙ୍କ ସଂଖ୍ୟା ୮୧୫କୁ ଛୁଇଁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.