୧୮ ତାରିଖରୁ ଆରମ୍ଭ ହୋଇପାରେ ଘରୋଇ଼ ବିମାନସେବା : ସ୍ପାଇସଜେଟ, ଇଣ୍ଡିଗୋ ସେୟାର ୪ ପ୍ରତିଶତ ବୃଦ୍ଧି

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨/୦୫ : ଆସନ୍ତା ମେ ୧୮ ତାରିଖରୁ ସରକାର ବିମାନସେବା ଉଡାଣ ଆରମ୍ଭ କରିପାରନ୍ତି | ଏ ସମ୍ବନ୍ଧରେ ବୁଧବାର ଦିନ ସରକାର ସ୍ପଷ୍ଟ ହେବ ବୋଲି ଏଭିଏସନ ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି | କରୋନା ସଙ୍କଟ ଯୋଗୁଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି | ଲକ ଡାଉନରେ ସମସ୍ତ ବିମାନ ସେବା ଓ ରେଳସେବା ରଦ୍ଦ କରିବାକୁ ସରକାର ଘୋଷଣା କରିଥିଲେ | ତୃତୀୟ ପର୍ଯ୍ୟାୟ ଲକ ଡାଉନ ମେ ୧୭ ତାରିଖରେ ଶେଷ ହେବାକୁ ଯାଉଛି | ମେ ୩ ତାରିଖରେ ଶେଷ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଅବଧିକୁ ସରକାର ଏହୂର୍ତ୍ତି ଦୁଇ ସପ୍ତାହ ବୃଦ୍ଧି କରିଥିଲେ | ତେବେ ତୃତୀୟ ପର୍ଯ୍ୟାୟ ଲକ ଡାଉନ କିଛି ନିୟମ କୋହଳ କରାଯାଇଥିଲା | ମେ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବାକୁ ସରକାର ଅନୁମତି ପ୍ରଦାନ କରିଥିଲେ ଯାହାପରେ ଦେଶରେ ରେଳ ସେବା ଆରମ୍ଭ ହୋଇଛି | 

ଜଣେ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, ବିମାନସେବା ଆରମ୍ଭ କରିବାକୁ ସେ ପ୍ରସ୍ତୁତ ଅଛନ୍ତି | ସରକାର ଯେବେ ଅନୁମତି ଦେବେ ସେବେଠାରୁ ପୁଣିଥରେ ବିମାନସେବା ଆରମ୍ଭ କରାଯିବ | ତେବେ ସମସ୍ତ ଘରୋଇ ବିମାନ ଉଡାଣ ଉପରେ ରୋକ ଲଗାଇ କିଛି କିଛି ସହରକୁ ବିମାନସେବା ଆରମ୍ଭ କରାଯାଇପାରେ ଅନୁମାନ କରାଯାଉଛି | ଦିଲ୍ଲୀ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ସହରକୁ ବିମାନସେବା ଆରମ୍ଭ କରାଯାଇପାରେ | 

{"id":268701,"width":577,"height":383,"sizeSlug":"large"}

ସରକାର କିଛି ଘରୋଇ କମ୍ପାନୀଙ୍କୁ ଅନୁମତି ଦେଇଛନ୍ତି | ସ୍ପାଇସଜେଟର ସେୟାର ୫ ପ୍ରତିଶତରୁ ବୃଦ୍ଧି ପାଇ ୪୦.୮୦ ଟଙ୍କା  ହୋଇଛି | ଦେଶର ବୃହତ ଏୟାରଲାଇନ୍ସ ଗ୍ରୁପ ଇଣ୍ଡିଗୋ ତାର ସେୟାର ୪.୨ ପ୍ରତିଶତରୁ ୯୬୮ ଟଙ୍କା ବୃଦ୍ଧି କରିପାରେ | ବର୍ତ୍ତମାନ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୦.୩ ପ୍ରତିଶତରୁ ହ୍ରାସ ପାଇ ୩୧ ହଜାର ୫୬୧.୨୨ ଟଙ୍କାରେ ପହଞ୍ଚିଛି |

ଲକ ଡାଉନ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ ଭାଙ୍ଗି ପଡିଛି | ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ରେଳସେବା ଓ ବିମାନସେବା ଆରମ୍ଭ କରିବାକୁ ଯାଉଛନ୍ତି | ଏହି ଲକ ଡାଉନ ଦେଶର ଆର୍ଥିନୀତି ବହୁତ ପ୍ରଭାବ ପକାଇଛି | ଅନେକ ଷ୍ଟେକ ହୋଲ୍ଡର ତଥା ପରିବହନ ଅପରେଟର ଏବଂ ଏୟାରଲାଇନ୍ସ କମ୍ପାନୀ କହିଛନ୍ତି ଯେ ବିମାନସେବା ଆରମ୍ଭ କରିବାକୁ ସେମାନେ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି | ସରକାରଙ୍କ ଅନୁମତି ପାଇଲେ ତୁରନ୍ତ ବିମାନସେବା ଆରମ୍ଭ କରାଯିବ |

{"id":268702,"sizeSlug":"large"}

ତେବେ ଅନ୍ତର୍ଜାତୀୟ ବିମାନସେବାକୁ ବର୍ତ୍ତମାନ ଅନୁମତି ମିଳିବ ନାହିଁ | କେବଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନେଇହେବନାହିଁ | ଅର୍ଥନୀତି ସୁଧାରିବାକୁ ଯାଇ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ କଲେ ସ୍ୱାସ୍ଥ୍ୟ ଦେଶର ସ୍ୱାସ୍ଥ୍ୟ ଅବସ୍ଥାରେ ଆହୁରି ବିଗିଡିଯିବ | ସେଥିପାଇଁ ଅନ୍ତର୍ଜାତୀୟ ଉଡାଣ ଉପରେ ବର୍ତ୍ତମାନ ରୋକ ଲାଗିଛି | କରୋନା ଯୁଦ୍ଧରେ ଭାରତ ବର୍ତ୍ତମାନ ସୁଦ୍ଧା ବହୁତ ଭଲ ପ୍ରଦର୍ଶନ କରିଛି | ଅନ୍ୟ ଦେଶ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ କମ ରହିଛି |

ବିମାନସେବା ଆରମ୍ଭ ହେଲେ ହଜାର ହଜାର ଯାତ୍ରୀ ଆଶ୍ବସ୍ତି ପାଇବେ ଯେଉଁମାନଙ୍କ ଟଙ୍କା ଏୟାରଲାଇନ୍ସ କିମ୍ବା ଟ୍ରାଭେଲ ଏଜେନ୍ସି ପାଖରେ ବାକି ରହିଯାଇଛି | ଅନେକ ଏୟାରଲାଇନ୍ସ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିନାହାନ୍ତି | ଟଙ୍କା ଫେରସ୍ତ ବଦଳରେ ଯାତ୍ରୀମାନଙ୍କୁ ସେହି ସମାନ ପରିମାଣର ଏକ କ୍ରେଡିଟ ଉପଲବ୍ଧ କରାଇଛି ଯାହା ସେମାନେ ବର୍ଷେ ଭିତରେ ଯେକୌଣସି ସମୟରେ ବିମାନ ଯାତ୍ରାରେ ବ୍ୟବହାର କରିପାରିବେ | ଫଳରେ ଯାତ୍ରୀମାନେ ସେହି ଏୟାରଲାଇନ ସହ ବାନ୍ଧି ହୋଇରହିଗଲେ ଯେଉଁଥିରେ ସେମାନେ ଲକ ଡାଉନ ପୂର୍ବରୁ ଟିକେଟ ବୁକ କରିଥିଲେ | ବର୍ତ୍ତମାନ ଇଛା ନଥିଲେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ସେମାନେ ସେହି ଏୟାରଲାଇନରେ ଯାତ୍ରା କରିବାକୁ ବାଧ୍ୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.