Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ପାହାଡରୁ ଶହେ ଫୁଟ ତଳକୁ ଖସିପଡିଲା ବାୟୁସେନା ଟ୍ରକ୍, ୩ ଯବାନ ମୃତ, ୩ ଗୁରୁତର

21/08/2019 at 2:55 PM

ଯୋଦ୍ଧପୁର୨୧|୮: ସୀମାରେ ଥିବା ରାଜସ୍ତାନର ବାଢମେର ଜିଲ୍ଲାରେ ଭାରତୀୟ ବାୟୁସେନର ଏକ ଟ୍ରକ ପାହାଡି ରାସ୍ତାରୁ ୧୦୦ ଫୁଟ ତଳକୁ ଖସିପଡିବାରୁ ୩ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ତିନିଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ଆହତଙ୍କୁ ବାଢମେର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  

ମିଳିଥିବା ସୂଚନା ଅନୁସାରେ ଚୌହଟନ ହିଲଟପରେ ବାୟୁସେନାର ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିଲାଗି ସେଠାକୁ ଯବାନ ଓ ଅଧିକାରୀମାନଙ୍କର ଆତଯାତ ଲାଗି ରହିଛି। ଏହିକ୍ରମରେ ୬ ଜଣ ଯବାନଙ୍କୁ ନେଇ ବାୟୁସେନା ଟ୍ରକ୍ ଟି ବୁଧବାର ହିଲଟପରୁ ତଳକୁ ଓହ୍ଲାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତାର ଏକ ମୋଡରେ ଟ୍ରକ୍ ଉପରୁ ଚାଳକ ନିୟନ୍ତ୍ରଣ ହରାଇବସିଥିଲେ। ଫଳରେ ଟ୍ରକଟି ପାହାଡରେ ପଥରମାନଙ୍କ ସହ ଧକ୍କା ଖାଇଖାଇ ୧୦୦ଫୁଟ ତଳେ ପଡିଥିଲା।

ଘଟଣାସ୍ଥଳରୁ ୨ ଜଣ ଯବାନଙ୍କୁ ମୃତ ଉଦ୍ଧାର କରାଯାଇଥିଲା। ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ବାଡମେର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତରଙ୍କୁ ଚିକିତ୍ସା ଲାଗି ଯୋଦ୍ଧପୁର ନିଆଯିବ ବୋଲି ଜଣାପଡିଛି।  

   Related Posts