ଭାରତୀୟ ସେନାଙ୍କ ଏୟାର ଷ୍ଟ୍ରାଇକ୍ ସଫଳ : ରାଡାର ଫଟୋରୁ ମିଳିଲା ପ୍ରମାଣ

Published By : Prameya-News7 Bureau | March 03, 2019 IST

ରାଡାରରୁ ମିଳିଥିବା ଫଟୋରୁ ଏହା ପ୍ରମାଣିତ ହୋଇଛି ଯେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୧୩ଦିନରେ ଭାରତୀୟ ସେନା ପାକିସ୍ତାନ ସୀମାରେ ଯାଇ ବାଲାକୋଟରେ ଜୈସ-ଏ-ମହମ୍ମଦର ଆତଙ୍କୀ ଶିବିରକୁ ନଷ୍ଟ କରିବା ପାଇଁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ସେଠାକାର ଆତଙ୍କବାଦୀ କ୍ୟାମ୍ପକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା। ସୂଚନା ମିଳିଛି ଯେ ଘନ ବାଦଲ ଯୋଗୁଁ ସ୍ୟାଟେଲାଇଟରୁ ଫଟୋ ଉଠାଯାଇପାରିନଥିଲା।
ରକ୍ଷା ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ ସେନ୍ଥେଟିକ୍ ଏପେଟ୍ୟୋର୍ ରାଡାର ବାଳାକୋଟରେ ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଏବଂ ପରେ ଫଟୋ ଉଠାଇଥିଲା। ଏହି ଫଟୋରେ ସ୍ଥାନ ସ୍ଥାନରେ ଆବଡ଼ା ଖାବଡ଼ା ଦେଖିବାକୁ ମିଳିଛି। ଏବଂ ସ୍ୟାଟେଲାଇଟ ଫଟୋରେ କିଛି ଜଣାପଡ଼ୁନାହିଁ କାରଣ ଆକାଶରେ କଳା ବାଦଲ ଆଚ୍ଛନ୍ନ ରହିଥିବାରୁ ସ୍ୟାଟେଲାଇଟ୍ ସେଠାକାର ଫଟୋ ଉଠାଇପାରିନଥିଲା।
ଭାରତ ପଟୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇପାରିନାହିଁ ଯେ ଭାରତୀୟ ବାୟୁସେନା କରିଥିବା ଏହି ଏୟାର ଷ୍ଟ୍ରାଇକରେ କେତେ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେନ୍ଥେଟିକ୍ ଏପେଟ୍ୟୋର୍ ରାଡାର ସୁଖୋଇ-୩୦ ଫାଇଟର ଜେଟର ଫଟୋ ଉଠାଇଥିଲା। ମିରାଜ ଆତଙ୍କବାଦୀ କ୍ୟାମ୍ପରେ ଆକ୍ରମଣ କରିବା ବେଳେ ଏହା ତା ପଛେ ପଛେ ଉଡ଼ୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.