ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡରଙ୍କ ପତ୍ନୀଙ୍କୁ ହତ୍ୟା : ଘର ଭିତରୁ ମିଳିଲା ମୃତଦେହ

Published By : Prameya-News7 Bureau | April 27, 2019 IST

ଦ୍ୱାରିକା ୨୭/୪ : ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡରଙ୍କ ପତ୍ନୀଙ୍କୁ ହତ୍ୟା | କମାଣ୍ଡରଙ୍କ ପତ୍ନୀଙ୍କୁ ତାଙ୍କ ନିଜ ଫ୍ଲାଟରେ ହତ୍ୟା କରାଯାଇଛି | ମହିଳା ଦ୍ୱାରିକା ଅଂଚଳର ବାୟୁସେନା-ନୌସେନା ସୋସାଇଟିରେ ରହୁଥିଲେ | ନିଜ ଶୋଇବା ଘରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି |


ମହିଳାଙ୍କ ତକିଆରେ ରକ୍ତ ଲାଗିଥିବା ପୋଲିସ ସୂଚନାରୁ ଜଣାପଡିଛି | କେହି ତାଙ୍କର ମୁହଁ ଏବଂ ତଂଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି | ଘରେ ଜିନିଷପତ୍ର ମଧ୍ୟ ଏପଟ ସେପଟ ହୋଇ ପଡିଥିଲା | ଘରର ଆଲମାରୀ ମଧ୍ୟ ଖୋଲାଥିଲା |

{"id":107974,"width":577,"height":384}


ଚୋରି ଡକାୟତି କରିବା ଉଦ୍ଦେଶ୍ୟରେ କେହି ତାଙ୍କର ହତ୍ୟା କରିଥିବା ସନ୍ଦେହ କରାଯାଉଛି | ଅଥବା ହତ୍ୟା ଲକ୍ଷ୍ୟରେ ହତ୍ୟା କରି ଏହାକୁ ଡକାୟତି ରୂପ ଦେବାକୁ ଚେଷ୍ଟା କରାଯାଇ ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି | ଦ୍ୱାରିକା ଜିଲ୍ଲାର ଦ୍ୱାରିକା ପୋଲିସ ଘଟଣାର ତଦନ୍ତ କରୁଛି | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି |


ମୃତ ମହିଳା ୫୨ ବର୍ଷ ବୟସ୍କା ମିନୁ ଜୈନ | ତାଙ୍କ ସ୍ୱାମୀ ବିନୋଦ କୁମାର ଜୈନ ଭାରତୀୟ ବାୟୁସେନାରେ ଓ୍ଵିଙ୍ଗ୍ କମାଣ୍ଡର ଥିଲେ | ମହିଳାଙ୍କ ଜଣେ ସମ୍ପର୍କୀୟ ଶୁକ୍ରବାର ଦିନ ଲଗାତାର ତାଙ୍କୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଟାହିନଥିଲେ | ଫଳରେ ସେ ସନ୍ଦେହ କରି ପୋଲିସ ସୂଚନା ଦେଇଥିଲେ | ପୋଲିସ ଘର କବାଟ ଭାଙ୍ଗି ଦେଖିଲା ଘର ଭିତରେ ମହିଳାଙ୍କ ମୃତଦେହ ପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.