ଓ୍ବିଙ୍ଗ କମାଣ୍ଡରଙ୍କ ପତ୍ନୀଙ୍କ ହତ୍ୟାର ଅଭିଯୁକ୍ତ ପ୍ରପର୍ଟି ଡିଲରକୁ ଜୟପୁରରୁ ଗିରଫ କଲା ପୋଲିସ୍ : ଜାଣନ୍ତୁ ହତ୍ୟାର ପୁରା ଘଟଣା

Published By : Prameya-News7 Bureau | April 30, 2019 IST

ନୂଆଦିଲ୍ଲୀ ୩୦/୪: ଦ୍ବାରକା ସାଉଥ ଅଞ୍ଚଳ ପାଖରେ ଏୟାରଫୋର୍ସ ନାଭାଲ ଅଫିସର ସୋସାଇଟିରେ ଶୁକ୍ରବାର ଅବସରପ୍ରାପ୍ତ ଓ୍ବିଙ୍ଗ୍ କମାଣ୍ଡରଙ୍କ ପତ୍ନୀ ମିନୁ ଜୈନ(୫୨)ଙ୍କ ହତ୍ୟାର ପର୍ଦ୍ଦା ଫାଶ କରିଛି ପୋଲିସ୍। ପୋଲିସ୍ ଏହି ଘଟଣାରେ ଗତକାଲି ଜୟପୁରରୁ ମୃତା ମହିଳାଙ୍କ ଜଣାଶୁଣା ପ୍ରପର୍ଟି ଡିଲର ଦିନେଶ ଦୀକ୍ଷିତଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ଲୁଟ କରାଯାଇଥିବା ଗହଣା,ଟଙ୍କା ବ୍ୟତୀତ ଘଟଣାରେ ବ୍ୟବହୃତ ହୋଇଥିବା ଡିଜାୟାର କାର୍ ଜବତ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ପୋଲିସ୍ ହତ୍ୟାର କାରଣ ଲୁଟପାଟ ବୋଲି କହିଛି।

{"id":109024,"width":594,"height":334}

ପୋଲିସଙ୍କ କହିବାନୁସାରେ ସପରିବାର ଦ୍ବାରକା ସେକ୍ଟର-୭ରେ ରହୁଥିବା ମିନୁଙ୍କ ସ୍ବାମୀ ବିନୋଦ କୁମାର ଏୟାରଫୋର୍ସରେ ଓ୍ବିଙ୍ଗ୍ କମାଣ୍ଡର ପଦରୁ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ଏୟାରଲାଇନ୍ସ କମ୍ପାନି ଇଣ୍ଡିଗୋରେ କର୍ମସିଆଲ୍ ପାଇଲଟ୍ ଅଛନ୍ତି। ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

{"id":109025,"width":593,"height":297}

ଶୁକ୍ରବାର ମିନୁଙ୍କୁ ତାଙ୍କ ଫ୍ଲାଟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯାଞ୍ଚ ସମୟରେ ମିଳିଥିବା ସିସିଟିଭି ଫୁଟେଜରୁ ପୋଲିସଙ୍କୁ ଅଭିଯୁକ୍ତ ବିଷୟରେ ତଥ୍ୟ ମିଳିଥିଲା। ପୋଲିସ୍ ଆହୁରି କେତେକ ସିସିଟିଭି ଫୁଟେଜରୁ ଅଭିଯୁକ୍ତକୁ ଚିହ୍ନିଥିଲା ଏବଂ ଲୋକେସନର ଠିକଣା ଲଗାଇ ଗତକାଲି ଅଭିଯୁକ୍ତ ଦୀନେଶ ଦୀକ୍ଷିତଙ୍କୁ ଜୟପୁରରୁ ଗିରଫ କରିଛି।

{"id":109026,"width":594,"height":334}

ପଚରାଉଚୁରା କରିବାରୁ ଅଭିଯୁକ୍ତ କହିଥିଲା ଯେ ସେ ଜଣେ ପ୍ରପର୍ଟି ଡିଲର। କିଛି ମାସ ପୂର୍ବରୁ ସୋଶିଆଲ ନେଟଓ୍ବାର୍କିଙ୍ଗ୍ ସାଇଟରେ ତାଙ୍କର ମିନୁଙ୍କ ସହ ସାକ୍ଷାତ ହୋଇଥିଲା। ଦୁହେଁ କଥାବାର୍ତ୍ତା କରିଥିଲେ। ଏହା ପରେ ଦିନେଶ ଅନେକ ଥର ମିନୁଙ୍କୁ ଏକୁଟିଆରେ ଦେଖା କରିଥିଲେ। ଅଧିକାଂଶ ସମୟରେ ସେ ମିନୁଙ୍କୁ ଭେଟିବାକୁ ତାଙ୍କ ଫ୍ଲାଟକୁ ଆସିଥିଲେ। ସେ ଏଠାକୁ ଯିବା ଆସିବା କରିବା ସମୟରେ ତାଙ୍କ ଘରେ ବିପୁଳ ଟଙ୍କା ଏବଂ ଗହଣା ଥିବା ଦେଖିଥିଲା। ଘଟଣା ଦିନ ସେ ଯୋଜନା କରି ମିନୁଙ୍କ ଫ୍ଲାଟକୁ ଆସିଥିଲେ। ସେ ନିଜ କାରରେ ନକଲି ନମ୍ବର ପ୍ଲେଟ୍ ଲଗାଇ ଆସିଥିଲା। ସେ ରାତିରେ ମିନୁଙ୍କ ଘରେ ରହିଥିଲା। ଭୋର ପାଖାପାଖି ୫ଟାବେଳେ ସୁଯୋଗ ମିଳିବାରୁ ମିନୁଙ୍କ ମୁହଁକୂ ଚାପି ହତ୍ୟା କରିଥିଲା। ଏହାପରେ ଘରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ଗହଣା ଏବଂ ଟଙ୍କା ନେଇ ଫ୍ଲାଟରେ ତାଲା ପକାଇ ସେଠାରୁ ଫେରାର ହୋଇଯାଇଥିଲା। ପୋଲିସ୍ ଏହି ଲୁଟ୍ ହୋଇଥିବା ଜିନିଷକୁ ଜବତ କରିଛି।

{"id":109027,"width":595,"height":330}

ପୋଲିସ୍ ଅଧିକାରୀଙ୍କ କହିବାନୁସାରେ ପଚରାଉଚୁରାବେଳେ ଦିନେଶ କହିଥିଲା ଯେ ତାକୁ ଆଇପିଏଲ୍ ମ୍ୟାଚରେ ବେଟିଂ ଲଗାଇବାର ଅଭ୍ୟାସ ଥିଲା। ନିକଟରେ କିଛି ଦିନ ପୂର୍ବରୁ ଏହି ମ୍ୟାଚରେ ବେଟିଂ ଲଗାଇ ସେ ଅନେକ ଟଙ୍କାର କ୍ଷତି ସହିଥିଲା। ଏହି ଟଙ୍କାର ପୂର୍ତ୍ତି ପାଇଁ ସେ ଏହି ହତ୍ୟା ଯୋଜନା କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.