ଶକ୍ତିଶାଳୀ ହେଉଛି ବାୟୁସେନା, ଏୟାରଷ୍ଟ୍ରାଇକ୍‌ରେ ବ୍ୟବହୃତ ୨୫ ମିରାଜ-୨୦୦୦ ବିମାନ କିଣିବ ଭାରତ

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ, ୧୭/୦୯: ଭବିଷ୍ୟତରେ ଆକାଶ ପଥରେ ଆସୁଥିବା ବିପଦକୁ ଟାଳିବା ପାଇଁ ଏବେ ଠାରୁ ବାୟୁସେନା ପ୍ରସ୍ତୁତ ହେଉଛି । ଧୀରେଧୀରେ ବିମାନ ସଂଖ୍ୟା ବଢ଼ାଯାଉଥିବା ବେଳେ ବଡ଼ ବଡ଼ ନିଷ୍ପତ୍ତି ଉପରେ ମୋହର ମଧ୍ୟ ଲାଗୁଛି । ଯେଉଁ ମିରାଜ-୨୦୦୦ ଯୁଦ୍ଧବାହୀ ବିମାନ କାର୍ଗିଲ୍‌ ଯୁଦ୍ଧର ଦିଗକୁ ବଦଳାଇ ଦେଇଥିଲା ଏବଂ ଯିଏ ପାକିସ୍ତାନ ସୀମା ଭିତରେ ପଶି ଜୈସ୍‌ ଆତଙ୍କବାଦୀ ଶୀବିରକୁ ଧ୍ୱଂସ କରିଦେଇଥିଲା, ତାହା ଏବେ ସେନାର ତାକତକୁ ଆହୁରି ବୃଦ୍ଧି କରିବାକୁ ଯାଉଛି ।

ଭାରତୀୟ ବାୟୁସେନା ୨୪ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ମିରାଜ ସହିତ ନିଜର ଯୁଦ୍ଧବାହୀ କ୍ଷମତାକୁ ମଜବୁତ କରିବାକୁ ଯାଉଛି । ଏହି ମାମଲାରେ ଜଡ଼଼ିତ ଅଧିକାରୀ ବାୟୁସେନା ଚତୁର୍ଥ ପିଢ଼ିର ଏହି ଯୁଦ୍ଧ ବିମାନ ଦସାଲ୍ଟ ଏଭିଏସନ୍‌ ଠାରୁ କିଣିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି । ବାୟୁସେନା ଏହି ବିମାନଗୁଡ଼ିକୁ କିଣିବାକୁ ପାଖାପାଖି ୨୭ ମିଲିୟନ ୟୁରୋ ଖର୍ଚ୍ଚ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଯାହାକି ଭାରତୀୟ ମୁଦ୍ରରେ ୨୩୩.୬୭ କୋଟି ଟଙ୍କା । ଏଥିପାଇଁ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି । ଯେଉଁଥିରେ ୮ଟି ଲଢ଼ିବା ସ୍ଥିତିରେ ରହିଛନ୍ତି । ତେବେ ଗୋଟିଏ ବିମାନର ଦାମ୍‌ ୧.୧୨୫ ମିଲିୟନ୍‌ ୟୁରୋ ବା ୯.୭୩ କୋଟି ଟଙ୍କା  ହୋଇଥିବା ଜଣାପଡ଼ିଛି ।

୨୦୧୯ ବାଲାକୋଟ ଅପରେସନ୍ ସମୟରେ ବିଶେଷ ପ୍ରଦର୍ଶନ କରିଥିବା ଭାରତୀୟ ବାୟୁସେନାର ୩୫ ବର୍ଷ ପୁରୁଣା ମିରାଜ୍ ବିମାନ ଏବେ ମଧ୍ୟମ ଲାଇଫ୍‌ରେ ରହିଛି । ଏହି ବିମାନଗୁଡ଼ିକ ବର୍ତ୍ତମାନ ଫ୍ରାନ୍ସରେ ଅଚଳ ହୋଇପଡିଛି ଏବଂ ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦଉରିଆ ସେମାନଙ୍କୁ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଅଧିକାରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.