ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଅପ୍ରେଲ ୨୦୨୧ ମଧ୍ୟରେ ଭାରତ ଆସିବ ୧୬ ରାଫେଲ ବିମାନ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮।୧୦: ଚୀନ୍ ସହ ବିବାଦ ମଧ୍ୟରେ ଭାରତ ଅଧିକ ଶକ୍ତିଶାଳୀ ହୋବାକୁ ଯାଉଛି । ୫ ରାଫେଲ ବିମାନ ଭାରତକୁ ଆସିବା ପରେ ଭାରତୀୟ ବାୟୁସେନା ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଯାଇଛି । ଭାରତୀୟ ବାୟୁସେନା ଆହୁରି ମଧ୍ୟ ଶକ୍ତିଶାଳୀ ହେବାକୁ ଯାଉଛି । ଦ୍ବିତୀୟ ପର୍ଯ୍ୟାୟରେ ରାଫେଲ ବିମାନ ଶୁବ୍ ଶୀଘ୍ର ଭାରତ ଆସିବାକୁ ଯାଉଛି । ନଭେମ୍ବର ୫ ତାରିଖରେ ଆହୁରି ୩ ରାଫେଲ ବିମାନ ହରିୟାଣାର ଅମ୍ବାଲା ଏୟାରବେସ୍ ରେ ପହଞ୍ଚିବ । ଅପ୍ରେଲ ୨୧ ମଧ୍ୟରେ ଭାରତୀୟ ବାୟୁସେନାରେ ୧୬ ରାଫେଲ ବିମାନ ସାମିଲ ହୋଇଯିବ ।

ବର୍ତ୍ତମାନ ଭାରତୀୟ ବାୟୁସେନାରେ ୫ଟି ରାଫେଲ ବିମାନ ସାମିଲ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ରାଫେଲ ବିମାନ ଫ୍ରାନ୍ସରୁ ଅମ୍ବାଲା ଏୟାରବେଶରେ ପହଞ୍ଚିଥିଲା । ଏହା ଭାରତୀୟ ବାୟୁସେନାର ୧୭ ସ୍କ୍ବାର୍ଡନରେ ସାମିଲ ହୋଇଥିଲା । ଭାରତୀୟ ବାୟୁସେନା ୫୯ କୋଟି ଟଙ୍କା ବ୍ୟୟରେ ଫ୍ରାନ୍ସରୁ ୩୬ ରାଫେଲ ବିମାନ କ୍ରୟ କରିବାକୁ ଚୁକ୍ତୁ ସ୍ବାକ୍ଷର କରିଛି ।

ଦ୍ବିତୀୟ ପର୍ଯ୍ୟାୟରେ ୩ଟି ରାଫେଲ ବିମାନ ଜାନୁଆରୀରେ ଅମ୍ବାଲା ଏୟାରବେସ୍ ରେ ପହଞ୍ଚିବ । ଅନ୍ୟ କୌଣସି ସ୍ଥାନରେ ଏହା ଅବତରଣ କରିବନାହିଁ । କାରଣ ଏହା ବାୟୁରେ ଇନ୍ଧନ ଭରିବାର କ୍ଷମତା ରଖୁଛି । ଫ୍ରାନ୍ସ ବାୟୁସେନା କେନ୍ଦ୍ରରେ ପାଇଲଟ୍ ଙ୍କ ପ୍ରଶିକ୍ଷଣର ସମୀକ୍ଷା କରିବା ପାଇଁ ଅଧିକାରୀଙ୍କ ଏକ ଦଳ ଫ୍ରାନ୍ସ ପଠାଯାଇଛି । ଏହା ବ୍ୟତୀତ ମାର୍ଚ୍ଚ ମାସରେ ୩ ଏବଂ ଅପ୍ରେଲ ମାସରେ ୭  ରାଫେଲ ବିମାନ ଭାରତ ଆସିବ ।

ଏଭଳି ଭାବେ ଭାରତୀୟ ବାୟୁସେନାକୁ ୨୧ ସିଙ୍ଗଲ ସିଟ୍ ଏବଂ ୭ ଡବଲ ସିଟ୍ ବିଶିଷ୍ଟ ରାଫେଲ ବିମାନ ପ୍ରଦାନ କରାଯିବ । ଏହାର ଅର୍ଥ ହେଉଛି ଆସନ୍ତା ବର୍ଷ ଅପ୍ରେଲ ସୁଦ୍ଧା ଗୋଲ୍ଡେନ ଏରୋ ସ୍କ୍ବାର୍ଡନରେ ୧୮ ଟି ଯୁଦ୍ଧ ବିମାନ ସାମିଲ ହୋଇଯିବ । ଅବଶିଷ୍ଟ ତିନିଟି ପଶ୍ଚିମବଙ୍ଗ ଆଲିପୁରଦ୍ବାର ହାସିମାରା ଏୟାରବେସକୁ ପଠାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.