ସାମ୍ନାକୁ ଆସିଲା ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକର ପ୍ରତ୍ୟେକ୍ଷଦର୍ଶୀ, ୩୫ ଜଣଙ୍କର ଦେଖିଥିଲେ ଶବ

Published By : Prameya-News7 Bureau | March 03, 2019 IST

ନୂଆଦିଲ୍ଲୀ ୩|୩ : ଜମ୍ମୁକାଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ହମଲା ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ଫେବୃଆରୀ ୨୬ତାରିଖ ସକାଳେ ପାକିସ୍ତାନ ବାଲାକୋଟରେ ଜୈସ୍-ଏ-ମହମ୍ମଦର ଠିକଣା ଧ୍ବଂସ କରିଥିଲା । ବାୟୁସେନାର ଏଭଳି କାର୍ଯ୍ୟାନୁଷ୍ଠାନ ପରେ କେତେକ ଆନ୍ତର୍ଜାତୀୟ ଗଣମାଧ୍ୟମ କ୍ଷୟକ୍ଷତି ଉପରେ ପ୍ରଶ୍ନ ଉଠାଇଛନ୍ତି । କୁହାଯାଉଥିଲା ଯେ, ଭାରତୀୟ ବାୟୁସେନା ତାର ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିଲା ଯାହା ଫଳରେ ପୁରା ଅପରେସନ ବିଫଳ ହୋଇଥିଲା ।

ଏବେ ଏହି ଘଟଣାରେ ଫ୍ରାନ୍ସର ଜଣେ ସାମ୍ବାଦିକ ବଡ ଖୁଲାସା କରିଛନ୍ତି । ସାମ୍ବାଦିକ ଜଣଙ୍କ ଦାବି କରିଛନ୍ତି ଯେ, ସେ କେତେକ ଲୋକଙ୍କ ସହ କଥା ହୋଇଛନ୍ତି ଯେଉଁମାନେ ଏ ଘଟଣାକୁ ସ୍ବୀକାର କରି କହିଛନ୍ତି ଯେ, ଭାରତର ଏୟାରଷ୍ଟ୍ରାଇକ୍ ଫଳରେ ପ୍ରାୟ ୩୫ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି । କେବଳ ଏତିକି ନୁହେଁ ଏହି ଆକ୍ରମଣ ଫଳରେ ଆଇଏସଆଇର କେତେକ ପୂର୍ବତନ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

{"id":90285}

ଭାରତୀୟ ବାୟୁସେନର ଏୟାର ଷ୍ଟ୍ରାଇକ୍ ରେ ଜୈସ୍-ଏ-ମହମ୍ମଦର ମଦ୍ରାସାର ୪ଟି କୋଠା ଧ୍ବଂସ ହୋଇଥିବା ସରକାରଙ୍କ ପାଖରେ ପ୍ରମାଣ ରହିଛି । ସୂତ୍ର ଅନୁସାରେ ଜଣେ ପ୍ରତ୍ୟେକ୍ଷଦର୍ଶୀ ଏହି ଘଟଣାର ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ ପରେ ଘଟଣାସ୍ଥଳରୁ କିଛି ଲୋକଙ୍କ ଶବ ଆମ୍ବୁଲାନ୍ସରେ ନିଆଯାଇଥିଲା । ମୃତକଙ୍କ ମଧ୍ୟରେ ୧୨ଜଣ ଜୈସ୍-ଏ-ମହମ୍ମଦର ଆତଙ୍କୀ ଥିଲେ । ଯେଉଁମାନେ ଗୋଟିଏ ଘରେ ଶୋଇଥିଲେ  ଏବଂ ସମସ୍ତେ ଏୟାରଷ୍ଟ୍ରାଇକ୍ ଫଳରେ ସସସ୍ତଙ୍କର ମୃତ୍ୟୁ ହୋଇଥିଲା ।

{"id":90286}

ଆକ୍ରମଣର ଖବର ଶୁଣିବା ପରେ ପାକିସ୍ତାନୀ ଆର୍ମିର କିଛି ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଏବଂ ଯଥାଶୀଘ୍ର ଶବ ଗୁଡିକୁ ସେହି ସ୍ଥାନରୁ ହଟାଇଦିଆଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଆକ୍ରମଣର ଖବର ଖୁବଶୀଘ୍ର ବ୍ୟାପି ଯାଇଥିଲା । ଫଳରେ ପାକ୍ ଆର୍ମି ସେଠାରେ ପହଞ୍ଚି ଯାଇଥିଲେ । ସର୍ବ ପ୍ରଥମେ ଆକ୍ରମଣ ହୋଇଥିବା ସ୍ଥାନକୁ ସିଲ୍ କରିଦିଆଯାଇଥିଲା । କୌଣସି ଲୋକଙ୍କୁ ସେହି ସ୍ଥାନକୁ ଛଡାଯାଉନଥିଲା । ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କ ମୋବାଇଲ୍ ଛଡାଇନିଆଯାଇଥିଲା ।

ଆଇଏସଆଇର ଜଣେ ଅଫିସର କର୍ଣ୍ଣଲ ସମିଲଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଆକ୍ରମଣରେ କର୍ଣ୍ଣଲ ଜରାର ଜକରି ଗୁରୁତର ହୋଇଛନ୍ତି । ଏମାନଙ୍କ ବ୍ୟତୀତ ପେଶଓ୍ବାରରେ ରହୁଥିବା ଏବଂ ଜୈସ୍ ର ମୁଫତୀ ମୋଇନ ଯିଏ ଟ୍ରେନିଂ କ୍ୟାମ୍ପ୍ ରେ ଶିକ୍ଷକ ଥିଲେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆକ୍ରମଣ ସମୟରେ ଜୈସ୍ ର ଟ୍ରେନିଂ ନେଉଥିବା ଲୋକ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.