ସର୍ଜିକାଲ ଷ୍ଟ୍ରାଇକକୁ ପ୍ରଶଂସା କରି ସିଦ୍ଧୁ କହିଲେ ,‘‘ବ୍ରାଭୋ ଭାରତୀୟ ସେନା’’
26/02/2019 at 12:57 PM

ନୂଆଦିଲ୍ଲୀ ୨୬/୨: ଭାରତୀୟ ବାୟୁସେନା ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ସୂଚନା ଅନୁସାରେ ଭାରତୀୟ ବାୟୁ ସେନା LOC ପାର କରି ଜୈସ-ଏ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ବୋମା ପକାଇଛି ଏବଂ ସେଠାକାର କେତେକ ଅଞ୍ଚଳ ଧ୍ବଂସ କରିଛି। ଭାରତୀୟ ବାୟୁ ସେନା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଏହି ଆକ୍ରମଣ କରିଛି। କଂଗ୍ରେସ ନେତା ଏବଂ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଭାରତୀୟ ବାୟୁ ସେନାର ଏଭଳି ପରାକ୍ରମକୁ ଅତ୍ୟଧିକ ପ୍ରଶଂସା କରିଛନ୍ତି ଏବଂ ଏହାକୁ ନେଇ ଟ୍ବିଟ୍ କରିଛନ୍ତି।
ନବଜୋତ ସିଂହ ସିଦ୍ଧୁ କିଛି ଦିନ ପୂର୍ବରୁ ବିବାଦ ଘେରରେ ଆସିଥିଲେ ଯେତେବେଳେ ସେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ନେଇ ନିଜର ରାୟ ଦେଇଥିଲେ। ନବଜୋତ ସିଂହ ସିଦ୍ଧୁଙ୍କୁ ଏହା ପରେ କମେଡ଼ିଆନ୍ କପିଳ ଶର୍ମାଙ୍କ ଶୋ ‘‘ଦ କପିଳ ଶର୍ମା ଶୋ’’ରୁ ହଟାଇ ଦିଆଯାଇଥିଲା।