Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୈଶ ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଥିବା ୫ ପାଇଲଟଙ୍କୁ ବାୟୁ ସେନା ମେଡାଲ୍

ନୂଆଦିଲ୍ଲୀ ୧୪/୮: ପାକିସ୍ତାନର ବାଳାକୋଟରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପକୁ ଧ୍ବଂସ କରିଥିବା ପାଇଲଟଙ୍କୁ ସମ୍ମାନିତ କରାଯାଇଛି। ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅମିତ ରଞ୍ଜନ,ସ୍କ୍ବାର୍ଡ଼ନ ଲିଡର ରାହୁଲ ବସୋୟା,ପଙ୍କଜ ଭୁଜଡ଼େ,ବିକେଏନ୍ ରେଡ୍ଡୀ,ଶଶାଙ୍କ ସିଂହଙ୍କୁ ପାକିସ୍ତାନର ବାଳାକୋଟରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ବୋମା ବିସ୍ଫୋରଣ ପାଇଁ ବାୟୁ ସେନା ପଦକ ଦ୍ବାରା ସମ୍ମାନିତ କରାଯାଇଛି। ଏହି ସମସ୍ତ ଅଧିକାରୀ ମିରାଜ-୨୦୦୦ ଲଢ଼ୁଆ ବିମାନର ପାଇଲଟ।

ଭାରତୀୟ ବାୟୁସେନା ଫେବୃୟାରୀ ୧୪ ତାରିଖରେ ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ସିଆରପିଏଫ ବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏୟାର ଷ୍ଟ୍ରାଇକ୍ କରିଥିଲେ। ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ଜଣ ଯବାନ ଶହୀଦ ହୋଇ ଯାଇଥିଲେ। ଏହି ଆକ୍ରମଣର ପରେ ପାକିସ୍ତାନରେ ସଞ୍ଚାଳିତ ହେଉଥିବା ଜୈଶ-ଏ-ମହମ୍ମଦ ଏକ ଭିଡିଓ ଜାରି କରି ଏହି ଆକ୍ରମଣର ଦାୟିତ୍ବ ନେଇଥିଲା। ଏହି ଆତଙ୍କବାଦୀ ଆକ୍ରମଣର ଉତ୍ତର ଦେବାକୁ ଯାଇ ଭାରତ ବାଳାକୋଟରେ ଜୈଶର ଠିକଣାରେ ବୋମା ପକାଇ ୧୭୦-୨୦୦ ଆତଙ୍କବାଦୀ ନିହତ କରିଥିଲେ।

111 Views

   ସମ୍ବନ୍ଧିତ ଖବର