ହୃଦୟ ବିଦାରକ : ସ୍ତ୍ରୀ ସୀମାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆସିଲା ସ୍ୱାମୀ ଶହୀଦ ହୋଇଥିବା ଖବର

Published By : Prameya-News7 Bureau | February 28, 2019 IST

ବଡଗାମ ୨୮/୨ : ସ୍ତ୍ରୀ ଦେଶ ରକ୍ଷା ପାଇଁ ସୀମାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ସ୍ୱାମୀ ସହିଦ ହୋଇଥିବା ଖବର ଆସିଥିଲା | କେତେ ବେଦନା ଦାୟକ ହୋଇଥିବା ସେହି ସମୟ | ଜାମ୍ମୁ କାଶ୍ମୀର ବଡ଼ଗାମରେ ଗତକାଲି ହୋଇଥିବା ଏମଆଇ-୧୭ରେ ରେ ଦୁଇ ପାଇଲଟଙ୍କ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି | ଦୁର୍ଘଟଣାରେ ଚଣ୍ଡୀଗଡ଼ର ପାଇଲଟ ସିଦ୍ଧାର୍ଥ ବଶିଷ୍ଠଙ୍କ ମଧ୍ୟ ମୃତ୍ୟୁ ହୋଇଛି | ସ୍କ୍ୱାଡ୍ରନ ଲିଡର ସିଦ୍ଧାର୍ଥ ୩ ଭଉଣୀରେ ଗୋଟିଏ ଭାଇ ଥିଲେ | ସିଦ୍ଧାର୍ଥଙ୍କ ପତ୍ନୀ ଆରତୀ ସିଂହ  ମଧ୍ୟ ଭାରତୀୟ ବାୟୁସେନାରେ ସ୍କ୍ୱାଡ୍ରନ ଲିଡର ଅଛନ୍ତି |

{"id":89419}

ସେ ଜାମ୍ମୁ କାଶ୍ମୀରରେ ନିୟୋଜିତ ଅଛନ୍ତି | କିନ୍ତୁ ଗତ କିଛି ଦିନ ହେଲା ସେ ଛୁଟିରେ ଥିଲେ | ସେ ନିଜ ଭାଇଙ୍କ ଘରକୁ ଯାଇଥିଲେ | କିନ୍ତୁ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ତାଙ୍କୁ ଡ୍ୟୁଟିରେ ଯୋଗ ଦେବା ପାଇଁ ନିର୍ଦେଶ ଆସିଥିଲା | ସେ ଜାମ୍ମୁ କାଶ୍ମୀର ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, ଠିକ ସେତେବେଳେ ହିଁ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଥିଲେ | ଖବର ଶୁଣି ଭାଙ୍ଗି ପଡ଼ିଥିଲେ ଆରତୀ | ତଥାପି ପଛଘୁଞ୍ଚା ନଦେଇ ସେ ଦେଶସେବା ପାଇଁ ମନ ବଳାଇ ଜାମ୍ମୁ ଯାଇଥିଲେ |

{"id":89421}

ସିଦ୍ଧାର୍ଥଙ୍କ ପିତା ଜଗଦୀଶ ବଶିଷ୍ଠ ମଧ୍ୟ ଭାରତୀୟ ସେନାରେ ଥିଲେ | ଗତ ୨୬ ତାରିଖ ସକାଳେ ସେ ପୁଅ ସିଦ୍ଧାର୍ଥଙ୍କ ସହ ମାତ୍ରା ୧୦ ସେକେଣ୍ଡ ପାଇଁ କଥା ହୋଇଥିଲେ | ସିଦ୍ଧାର୍ଥ କହିଥିଲେ ସବୁ ଠିକ ଅଛି, ସେ ଚିନ୍ତା ନ କରନ୍ତୁ | ବୁଧବାର ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଚାଲିଥିଲା | ସିଦ୍ଧାର୍ଥ ୧୫୪ ହେଲିକେପ୍ଟର ୟୁନିଟରେ ଥିଲେ | ତାଙ୍କ ମୃତ୍ୟୁ ଖବର ତାଙ୍କର ଜଣେ ଟିମ ମେମ୍ବର ଦେଇଥିଲେ |

{"id":89420}

ଜଗଦୀଶ ବଶିଷ୍ଠ କହିଛନ୍ତି ଯେ, ସିଦ୍ଧାର୍ଥ ପିଲା ବେଳୁ ଭାରତୀୟ ସେନାରେ ଯୋଗ ଦେବା ପାଇଁ ଇଛା କରିଥିଲା | ୨୦୧୦ ମସିହାରେ ସେ ବାୟୁସେନାରେ ଯୋଗ ଦେଇଥିଲେ | ନିକଟରେ କେରଳରେ ହୋଇଥିବା ବନ୍ୟାରେ ଲୋକଙ୍କ ଉଦ୍ଧାର କରିବାରେ ସିଦ୍ଧାର୍ଥଙ୍କ ସର୍ବୋଚ୍ଚ ଭୂମିକା ପାଇଁ ତାଙ୍କୁ ଜାନୁଆରୀ ୨୬ ତାରିଖରେ ଏୟାର ଚିଫ କମେଣ୍ଡେସନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା | କମ ବୟସରେ ସେ ଅନେକ ପୁରସ୍କାରର ଅଧିକାରୀ ହୋଇଥିଲେ | ଗତ ଜୁଲାଇ ମାସରେ ସିଦ୍ଧାର୍ଥ ଏବଂ ତାଙ୍କ ପତ୍ନୀ ଆରତୀଙ୍କ ପୋଷ୍ଟିଙ୍ଗ ଜାମ୍ମୁ କାଶ୍ମୀରରେ ହୋଇଥିଲା | 

{"id":89422}

ଜଗଦୀଶ ବଶିଷ୍ଠ କହିଛନ୍ତି ଯେ, ନିଜ ମାମୁଙ୍କୁ ଦେଖି ସିଦ୍ଧାର୍ଥ ବାୟୁସେନାରେ ଯୋଗ ଦେବା ପାଇଁ କହିଥିଲେ | ସିଦ୍ଧାର୍ଥଙ୍କ ମାମୁ ବାୟୁସେନାରେ ଥିଲେ | ୧୭ ବର୍ଷ ପୂର୍ବରୁ ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବ ଯୋଗୁଁ ସିଦ୍ଧାର୍ଥଙ୍କ ମାମୁଙ୍କ ମୃତ୍ୟୁ ହୋଇଥିଲା | ତାଙ୍କ ବଂଶରେ ସେନାର ରକ୍ତ ବୋହୁଛି ବୋଲି କହିଛନ୍ତି ଜଗଦୀଶ | ତାଙ୍କର ୪ ପିଢ଼ି ଦେଶ ସେବା କରି ଆସୁଛନ୍ତି | ତଥାପି କେହି ଆଜିଯାଏଁ ହାର ମାନିନାହାନ୍ତି | ୩ ଝିଅରେ ସିଦ୍ଧାର୍ଥ ଗୋଟିଏ ପୁଅ ଥିଲେ | ପୁଅ ସହିଦ ହୋଇଥିବା ଯୋଗୁଁ ପରିବାର ବହୁତ ଦୁଃଖିତ | ତଥାପି ଦେଶ ପାଇଁ ସହିଦ ହୋଇଥିବା ଯୋଗୁଁ ସେ ଗର୍ବିତ ବୋଲି କହିଛନ୍ତି ତାଙ୍କ ବାପା |

{"id":89424}

ଫେବୃଆରୀ ୨୦ ତାରିଖରେ ସିଦ୍ଧାର୍ଥଙ୍କ ପୁଅ ଅଙ୍ଗଦଙ୍କ ଦ୍ୱିତୀୟ ଜନ୍ମ ଦିନ ପାଳନ କରାଯାଇଥିଲା | ସମସ୍ତେ ବହୁତ ଖୁସି ଥିଲେ | କେହି ଆଶା ମଧ୍ୟ କରିନଥିଲେ ଯେ, ୨ ବର୍ଷର ପୁଅ ଆଉ କେବେ ମଧ୍ୟ ନିଜ ବାପାଙ୍କୁ ଦେଖି ପାରିବନାହିଁ | ୨୦୧୩ ମସିହାରେ ସିଦ୍ଧାର୍ଥଙ୍କ ବାହାଘର ହୋଇଥିଲା | ଅନେକ ବର୍ଷ ହେଲା ତାଙ୍କ ପରିବାର ଚଣ୍ଡୀଗଡ଼ରେ ରହୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.