Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପୁଣି ଥରେ ଉତ୍ତମ ବନ୍ଧୁର ପରିଚୟ ଦେଲା ଭାରତ: ବାୟୁସେନା ଚଳାଇଲେ ଅପରେସନ ସଞ୍ଜିବନି, ମାଳଦ୍ଵୀପରେ ପହଞ୍ଚାଇଲେ ଜରୁରୀ ସାମଗ୍ରୀ

2/04/2020 at 9:09 PM

ନୂଆଦିଲ୍ଲୀ ୦୨।୦୪: ଭାରତ ପୁଣି ଥରେ ପଡୋଶୀ ଦେଶ ପାଇଁ ବିପଦର ବନ୍ଧୁ ସାଜିଛି। ଭାରତୀୟ ବାୟୁସେନା ଓ ଭାରତୀୟ ଆର୍ମି ମିଶି ଭାରତରେ ଫସିଥିବା ୬.୨  ଟନର ସାମଗ୍ରୀ ମାଳଦ୍ଵୀପରେ ପହଞ୍ଚାଇଛନ୍ତି। ଏଥିରେ ଅତ୍ୟାବଶ୍ୟକ ଔଷଧ ଓ ଡାକ୍ତରୀ ଉପକରଣ ଥିଲା। ଏଥିରେ କ୍ୟାନ୍ସରଠୁ ନେଇ କରୋନା ଭାଇରସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ମଧ୍ୟ ରହିଛି। ଭାରତର ଏହି ସହାୟତାରେ ମାଳଦ୍ଵୀପର ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଦିଦି ଟୁଇଟ୍ କରି କହିଛନ୍ତି ଉତ୍ତମ ପଡୋଶୀ ସହ  ବନ୍ଧୁତ୍ଵର ସଂପର୍କ ପୁଣି ଥରେ ଆମ ପାଇଁ ସହାୟକ ହୋଇଛି।

ମାଳଦ୍ଵୀପର ସାହାଯ୍ୟ ପାଇଁ ଭାରତୀୟ ବାୟୁସେନା ଅପରେସନ ସଞ୍ଜିବନି ଆରମ୍ଭ କରିଥିଲେ ଏବଂ ୬.୨ ଟନ ସାମଗ୍ରୀ ବାୟୁ ସେନାର ସି-୧୩୦ ଏୟାରକ୍ରାଫ୍ଟରେ ନେଇ ପହଞ୍ଚାଇଥିଲେ। ଉଲ୍ଲେଖଯୋଗ୍ୟ, ଅଲଗା ଅଲଗା ପରିବହନ ଜରିଆରେ ଏହି ସବୁ ସାମଗ୍ରୀ ମାଳଦ୍ଵୀପ ଯିବାର ଥିଲା, ମାତ୍ର ୨୧ ଦିନିଆ ଲକ୍‌ଡାଉନ୍‌ କାରଣରୁ ଏହି ଔଷଧ ଓ ଡାକ୍ତରୀଉପକରଣ ଅନ୍ୟ କୌଣସି ପ୍ରକାରରେ ପଠାଯାଇ ପାରୁନଥିଲା।

ମାଳଦ୍ଵୀପର ଅନୁରୋଧ ପରେ ଭାରତୀୟ ବାୟୁସେନା ଅପରେସନ ସଞ୍ଜିବନୀ ଆରମ୍ଭ କରିଥିଲା। ଭାରତୀୟ ବାୟୁସେନାର ବିମାନ ଏହି ସାମଗ୍ରୀ ନୂଆଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ମଦୁରାଇର ଏୟାରପୋର୍ଟରୁ ଉଠାଇ ଉଡାଣ ଭରିଥିଲା। ଏହି ସାମାନରେ ଉକ୍ତ ରକ୍ତଚାପ, ମଧୁମେହ, ଯକୃତ ସମ୍ବନ୍ଧିତ ରୋଗୀଙ୍କ ଔଷଧଠୁ ନେଇ ଆଣ୍ଟି ଭାଇରାଲ୍ ଓ କରୋନା ଔଷ ଥିଲା।

   Related Posts