ପୁଣି ଭାରତୀୟ ବାୟୁସେନାର ମିଗ୍-୨୧ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ
25/09/2019 at 11:18 AM

ଗ୍ବାଲିୟର ୨୫।୯: ପୁଣି ଭାରତୀୟ ବାୟୁସେନାର ମିଗ୍-୨୧ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ବାଲିୟର ନିକଟ ଏକ ଗାଁରେ ଆଜି ସକାଳେ ମିଗ୍-୨୧ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଏୟାରକ୍ରାଫ୍ଟର ଦୁଇ ଜଣ ପାଇଲଟ୍ ସୁରକ୍ଷିତ ଥିବା ଜଣାପଡିଛି । ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ପରେ ଗ୍ରୁପ୍ କ୍ୟାପଟେନ୍ ଏବଂ ସ୍କ୍ବାର୍ଡନ ଲିଡର ସୁରକ୍ଷିତ ଭାବେ ବାହାରକୁ ବାହାରିଆସିଥିଲେ । ଏୟାରକ୍ରାଫ୍ଟଟି ରୁଟିନ୍ ଗସ୍ତରେ ଥିଲା । ଚଳିତ ବର୍ଷ ଏହା ତୃତୀୟ ମିଗ୍ ବିମାନ ଦୁର୍ଘଟଣା ।
ଗତ ମାର୍ଚ୍ଚ ମାସରେ ରାଜସ୍ଥାନ ବିକାନେରରେ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ବିମାନ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ଉଡାଉଥିଲେ ଯାହା ଦୁର୍ଘଟଣାଗ୍ରସ୍ତ ହେବା ପରେ ପାକିସ୍ତାନରେ ପଡିଥିଲା ।
Related Posts
ଟ୍ରାକ୍ରୁ ଖସିଲା ଟ୍ରେନ୍, ଶହିଦ ଏକ୍ସପ୍ରେସ୍ର ୨ଟି ବଗି ଲାଇନ୍ଚ୍ୟୁତ
18 January 2021