ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | March 08, 2019 IST

ନୂଆଦିଲ୍ଲୀ ୮|୩ : ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନର ବିକାନେର ନିକଟରେ ବାୟୁସେନାର ମିଗ୍- ୨୧ ବାଇସନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଠିକ୍ ସମୟରେ ବିମାନ ମଧ୍ୟରୁ ପାଇଲଟ୍ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଭ୍ୟାସ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନଟି କେଉଁ ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ହେଲା ତାହାର ତଦନ୍ତ କରିବାକୁ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବିମାନଟି ନାଲ୍ ଏୟାରବେସ୍ ରୁ ଉଡାଣ ଆରମ୍ଭ କରିଥିଲା । ମିଗ୍-୨୧ ବାଇସନ୍ ବିମାନ ଦ୍ବିତୀୟ ଥର ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁସାରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପାଇଲଟ୍ ଥିଲେ ଅଭିନନ୍ଦନ ବର୍ତ୍ତମାନ । ଏହି ପୁରୁଣା ମିଗ୍-୨୧ ବିମାନକୁ ବଦଳାଇବା ପାଇଁ କେବେଠାରୁ ଦାବି ହୋଇଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.