ପାକିସ୍ତାନ ସୀମା ନିକଟରେ ଭାରତୀୟ ବାୟୁସେନା କଲା ବିସ୍ଫୋରଣ

Published By : Prameya-News7 Bureau | February 17, 2019 IST

କାଶ୍ମୀର ୧୭/୨ : ଶନିବାର ଦିନ ଭାରତୀୟ ବାୟୁ ସେନା ଭାରତ ପାକିସ୍ତାନ ସୀମାରେ ବଡ ଧରଣର ଅଭ୍ୟାସ କରିଥିଲା | ପାକିସ୍ତାନ ସୀମା ପାଖରେ ପୋଖରାନ ନିକଟରେ ୧୪୦ ଯୁଦ୍ଧ ବିମାନ ଆକାଶ ମାର୍ଗରେ ଗର୍ଜନ କରିଥିଲା | ଆକାଶ ମାର୍ଗରୁ ଭାରତୀୟ ବାୟୁ ସେନା ଶକ୍ତି ପ୍ରଦର୍ଶନ କରିଥିଲା | ପୁଲୱାମା ଆତଙ୍କୀ ହମଲାର ଠିକ ଦୁଇ ଦିନ ପରେ ଭାରତୀୟ ବାୟୁ ସେନା ଏହି ଆକ୍ରମଣ କରିଥିଲା |

{"id":85980,"width":590,"height":276}


ଭାରତୀୟ ବାୟୁ ସେନାର ଏହି ଅଭ୍ୟାସକୁ ବାୟୁ ଶକ୍ତି ବ୍ୟାୟାମ ନାଁ ଦିଆଯାଇଛି | ଦିନ ସହ ରାତିରେ ମଧ୍ୟ ସେନା ଅଭ୍ୟାସ ଜାରି ରଖିଥିଲା | ଏହି ବାୟୁ ଶକ୍ତି ଅଭ୍ୟାସର ଉଦଘାଟନ ଅବସରରେ ବାୟୁସେନା ମୁଖ୍ୟ ମାର୍ଶଲ ବିଏସ ଧନୋଆ ପାକିସ୍ତାନ କିମ୍ବା ପୁଲୱାମା ଆକ୍ରମଣ ବାବଦରେ କିଛି ସୂଚନା ଦେଇନଥିଲେ |

{"id":85981}


ସୂଚନାଯୋଗ୍ୟ ଯେ, ବାୟୁ ଶକ୍ତି ବ୍ୟାୟାମର ଯୋଜନା ପୂର୍ବରୁ କରାଯାଇଥିଲା | ଅଭ୍ୟାସ କାର୍ଯ୍ୟକ୍ରମରେ ପିନ ପଏଣ୍ଟ ଟାର୍ଗେଟ ହେଲା ହମଲା କରିବା ଏବଂ ତାକୁ ସମୂଳେ ଧ୍ବଂସ କରିବା |


ଵାୟୁଶକ୍ତି ଅଭ୍ୟାସରେ ଲାଇଟ କଂବେଟ ଏୟାରକ୍ରାଫ୍ଟ, ଲାଇଟ ହେଲିକେପ୍ଟର ଏବଂ ଆକାଶ ମାର୍ଗରୁ ଆକ୍ରମଣ କରାଯାଉଥିବା ମିସାଇଲ ଏବଂ ବାୟୁରେ ଆକ୍ରମଣ କରାଯାଉଥିବା ଅସ୍ତ୍ର ମିସାଇଲ ବ୍ୟବହାର କରାଯାଇଥିଲା |
ଏହି ଅଭ୍ୟାସରେ ଜିପିଏସ ଏବଂ ଲେଜର ଗାଇଡେଡ଼ ବୋମା, ରକେଟ ଲଂଚର, ମିଗ-୨୧ ବାଇଶନ, ମିଗ-୨୭, ମିଗ-୨୯, ମୀରାଜ-୨୦୦୦, ଶୁଖୋଇ-୩୦ ଏମକେଆଇ, ଜାଗୁଆର ଭଳି ବିମାନ ସାମିଲ ଥିଲା |

{"id":85982,"width":577,"height":801}


ପୁଲୱାମା ଆତଙ୍କୀ ହମଲା ପରେ ସମଗ୍ର ଦେଶବାସୀ କ୍ରୋଧିତ ଅଛନ୍ତି | ସମଗ୍ର ଦେଶ ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଦାବି କରୁଛି | ଭାରତ ସରକାର ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.