ଜମ୍ମୁ-ପଞ୍ଜାବ ସୀମାରେ ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନା ହେଲିକପ୍ଟର, ୨ ପାଇଲଟ୍ ଗୁରୁତର
25/01/2021 at 8:46 PM

ଜମ୍ମୁ ୨୫/୦୧ : ଜାମ୍ମୁ-କାଶ୍ମୀରରେ ବାୟୁ ସେନାର ଏକ ହେଲିକପ୍ଟର କ୍ରାସ୍ ହୋଇଥିବା ସୂଚନା ମିଳିଛି । ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟ୍ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାୟୁ ସେନାର ଦୁଇ ପାଇଲଟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲା ଲଖନପୁର-ପଞ୍ଜାବ ସୀମା ନିକଟରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କ୍ରାସ୍ ପଛରେ ଯାନ୍ତ୍ରିକ ତ୍ରୁଟି ଥିବା ଅନୁମାନ କରାଯାଉଛି । ସେନାର ଏକ ଲଢୁଆ ହେଲିକପ୍ଟର କାଶ୍ମୀର-ପଞ୍ଜାବ ସୀମାରେ ପାଟ୍ରୋଲିଂ କରୁଥିଲା ।
ତେବେ ହଠାତ ହେଲିକପ୍ଟରଟି ଭାରସାମ୍ୟ ହରାଇ ଜଳିଯାଇଥିଲା । ଏଥିରେ ଥିବା ଦୁଇ ଜଣ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ପଛରେ କଣ କାରଣ ରହିଛି ତାହାର ତଦନ୍ତ ଆରମ୍ଭ କରିଛନ୍ତି ଭାରତୀୟ ବାୟୁ ସେନାର ବରିଷ୍ଠ ଅଧିକାରୀ ।