ଆସୁଛି 'ୟସ୍‌': ସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଲା ବାୟୁସେନା, ଆଲର୍ଟ ମୋଡରେ ୧୧ ପରିବହନ ବିମାନ ଓ ୨୫ ହେଲିକପ୍ଟର

Published By : Prameya-News7 Bureau | May 23, 2021 IST

ଭୁବନେଶ୍ଵର ୨୩।୦୫: ଭାରତୀୟ ବାୟୁସେନା ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ 'ୟସ୍‌'ରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ବିପନ୍ନଙ୍କୁ ଉଦ୍ଧାର କରିବା ଓ ରିଲିଫ ଯୋଗାଇବା ପାଇଁ ୧୧ ପରିବହନ ବିମାନ ଓ ୨୫ ହେଲିକପ୍ଟର ପ୍ରସ୍ତୁତ କରି ରଖିଛି। ରବିବାର ଅଧିକାରୀ ଏହାର ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା ପରେ ବାୟୁସେନା ରବିବାର ତିନି ଅଲଗା ଅଲଗା ସ୍ଥାନକୁ ୨୧ଟନରୁ ଅଧିକ ରିଲିଫ ସାମଗ୍ରୀ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ)ର ୩୩୪ କର୍ମୀଙ୍କୁ ଏୟାରଲିଫ୍ଟ କରି କୋଲକାତା ଓ ପୋର୍ଟ ବ୍ଲେୟାର ପହଞ୍ଚାଇଛି।

ଅଧିକାରୀ କହିଛନ୍ତି,  ରିଲିଫ ସାମଗ୍ରୀ, ଉପକରଣ ଓ କର୍ମୀଙ୍କୁ ପାଟନା, ବାରଣାସୀ ଓ ଅରାକନୋମରୁ ୫ ସି-୧୩୦ ବିମାନ ଜରିଆରେ ପହଞ୍ଚା ଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ମେ ୨୧ରୁ ପ୍ରସ୍ତୁତି ଜାରି ରହିଥିବା  ଅଧିକାରୀ କହିଛନ୍ତି। ଆଜି ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ୬୦୬ କର୍ମଚାରୀ ଓ ୫୭ ଟନ ସାମଗ୍ରୀ ଆକାଶ ମାର୍ଗରେ ପହଞ୍ଚାଇ ସାରିଛି।

{"id":456301,"sizeSlug":"large","linkDestination":"none"}

ବାୟୁସେନା ମାନବ ସହାୟତା ଓ ରିଲିଫ ଅଭିଯାନ ପାଇଁ ତିନୋଟି ସି-୧୩୦, ଚାରୋଟି ଏଏନ-୩୨ ବିମାନ ଓ ଦୁଇଟି ଡୋର୍ନିୟର ବିମାନ ସହିତ ୧୧ ପରିବହନ ବିମାନକୁ ଆଲର୍ଟ ମୋଡ୍‌ରେ ରଖିଛି। ଏହା ବ୍ୟତୀତ ୧୧ ଏମଆଇ-୧୭ ଭି ୫, ଦୁଇଟି ଚେତକ, ତିନୋଟି ଚିତା ଓ ସାତୋଟି ଏମଆଇ-୧୭ ହେଲିକପ୍ଟର ସହିତ ପ୍ରାୟ ୨୫ ହେଲିକପ୍ଟରକୁ ମଧ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି।

{"id":456302,"sizeSlug":"large","linkDestination":"none"}

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ଆଣ୍ଡାମାନ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ରବିବାର ଲଘୁଚାପର ରୂପ ନେବା ପରେ ଅଧିକ ଘନୀଭୂତ  ହୋଇ ଅବପାତରେ ପରିଣତ ହେଉଛି। ଆସନ୍ତାକାଲି ଅର୍ଥାତ ୨୪ ତାରିଖ ସକାଳେ ସାମୁଦ୍ରିକ ଝଡ ୟାସ୍ ବ୍ୟାତାର ରୂପ ନେବ। ଏହାର ୨୪ ଘଣ୍ଟା ପରେ ୨୫ ତାରିଖରେ ୟାସ୍ ଭୀଷଣ ବ୍ୟାତା ଅର୍ଥାତ ଭେରି ସିଭିୟର ସାଇକ୍ଲୋନ ଷ୍ଟୋରମରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ଉତ୍ତର-ଉତ୍ତର ପଶ୍ଚିମ ଦିଗ ଅଭିମୁଖେ ଗତି କରୁଛି। ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ପାରାଦ୍ଵୀପ ଓ ସାଗର ଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ପବନର ବେଗ ୧୮୫ କିମି ରହିପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.