ଜଳିଗଲା ଭାରତୀୟ ବାୟୁସେନାର ଲଢୁଆ ଜାଗୁଆର ବିମାନ ; ପାଇଲଟ୍ ସୁରକ୍ଷିତ

Published By : Prameya-News7 Bureau | January 28, 2019 IST

କୁଶିନଗର ୨୮|୧:  ଜଳିଗଲା ଜାଗୁଆର ବିମାନ । ଏକ ଆଇଏଏଫ ଜାଗୁଆର ବିମାନ ଉତ୍ତରପ୍ରଦେଶ କୁଶିନଗରରେ ତଳକୁ ଖସିପଡି ଜଳି ଯାଇଛି । ଭାରତୀୟ ବାୟୁସେନାର ଲଢୁଆ ବିମାନ ଆଇଏସ୍ ଜାଗୁଆର । ବିମାନର ପାଇଲଟ ସୁରକ୍ଷିତ ରହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇପାରିନି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଗତ ଅକ୍ଟୋବର ୫ ତାରିଖରେ ମଧ୍ୟ ୟୁପିରେ ଏପରି ଏକ ଘଟଣା ଘଟିଥିଲା । ଆଜି ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଗୋରଖପୁର ଏୟାର ବେସରୁ ଏହି ବିମାନଟି ଉଡାଣ ଭରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.