ଘୁଞ୍ଚିଲା ଏୟାରଫୋର୍ସ ନିଯୁକ୍ତିର ଡାକ୍ତରୀ ପରୀକ୍ଷା, ଅକ୍ଟୋବର କିମ୍ବା ନଭେମ୍ବରରେ ହେବ
16/06/2020 at 7:34 PM

ବ୍ରହ୍ମପୁର୧୬/୬: ଇଣ୍ଡିଆନ୍ ଏୟାରଫୋର୍ସ ନିଯୁକ୍ତି ନିମନ୍ତେ ହେବାକୁ ଥିବା ଡାକ୍ତରୀ ପରୀକ୍ଷା ଜୁଲାଇ ମାସ ବଦଳରେ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏ ସଂପର୍କରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି । ଜୁଲାଇ ୬ ତାରିଖରେ ପଶ୍ଚିମବଙ୍ଗ ଖଡଗପୁରର 4AFH କଲାଇକୁଣ୍ଡା ଠାରେ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା।

କରୋନା କଟକଣା ଯୋଗୁଁ ପରୀକ୍ଷା ସମୟ ପରିବର୍ତ୍ତନ କରାଯାଇଥିବା ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରାର୍ଥୀମାନେ ଅଧିକ ବିବରଣୀ ଜାଣିବା ପାଇଁ www.airmenselection.cdac.in ରେ ପାଇ ପାରିବେ । ୦୬୭୪ – ୨୯୭୨୮୧୦ କିମ୍ବା ୨୯୫୩୩୩୬ ନମ୍ବରରେ ପ୍ରାର୍ଥୀମାନେ ସକାଳ ୯ ଟାରୁ ଦିନ ୧ ଟା ମଧ୍ଯରେ ଫୋନ୍ କରି ପଚାରି ବୁଝି ପାରିବେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।