ବାଲାକୋଟ୍ ଆକ୍ରମଣ ଘଟଣା ; ଜୈସ୍ ଆତଙ୍କୀ ଶିବିର ଧ୍ବଂସ ନେଇ ପ୍ରମାଣ ଦେଲା ବାୟୁସେନା

Published By : Prameya-News7 Bureau | March 07, 2019 IST

ନୂଆଦିଲ୍ଲୀ ୭|୩ : ପାକିସ୍ତାନ ବାଲାକୋଟ୍ ରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣରେ ଜୈସ୍  ଆତଙ୍କବାଦୀ ସଂଗଠନର କ୍ୟାମ୍ପ୍ ଧ୍ବଂସ ସମ୍ବଳିତ ଉପଗ୍ରହ ଫଟୋ  ସରକାରଙ୍କୁ ପ୍ରଦାନ କରିଛି ଭାରତୀୟ ବାୟୁସେନା ।  କେତେକ ବିଦେଶୀ ଗଣମାଧ୍ୟମ ଏବଂ ପାକିସ୍ତାନ ସରକାର ବିମାନ ଆକ୍ରମଣ ଆଦୌ ସଫଳ ହୋଇନାହିଁ ବୋଲି କହିବା ପରେ ବାୟୁସେନା ଏ ବାବଦ ପ୍ରମାଣ ସରକାରଙ୍କୁ ଦେଇଛି।

{"id":91230}

ଏହି ଆକ୍ରମଣରେ ଭାରତୀୟ ବାୟୁସେନା ସ୍ପାଇସ୍-୨୦୦୦ ବୋମା ବ୍ୟବହାର କରିଥିବା  ଡକ୍ୟୁମେଣ୍ଟରେ  କୁହାଯାଛି ।  ଏହି  ଗୋପନୀୟ ସୂଚନା ସମ୍ବଳିତ ୧୨ ପୃଷ୍ଠାର ଦସ୍ତାବିଜ  ସରକାରଙ୍କୁ ଦିଆଯାଇଛି। ଭାରତୀୟ ବାୟୁସେନା ବ୍ୟବହାର କରିଥିବା ବୋମାରୁ ୮୦ ପ୍ରତିଶତ ଟାର୍ଗେଟ୍  ଧ୍ବଂସ କରିବାରେ ସଫଳ ହୋଇଛି ବୋଲି ବାୟୁସେନା କହିଛି।

{"id":91234,"width":579,"height":360}

ତେବେ ଏହି ରିପୋର୍ଟକୁ ସାର୍ବଜନନୀନ କରାଯିବ କି ନାହିଁ ତାହା ସରକାରଙ୍କ ଉପରେ ହିଁ ନିର୍ଭର କରୁଛି। ବିମାନ ଆକ୍ରମଣରେ ପ୍ରାୟ ୩୦୦ ଆତଙ୍କବାଦୀ ମରିଛନ୍ତି ବୋଲି ଦାବି ହେଉଥିବା ବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିଆସୁଛି ।  କେତେକ ବିଦେଶୀ ଗଣମାଧ୍ୟମ ମଧ୍ୟ ପାକିସ୍ତାନର ଯୁକ୍ତିକୁ ସମର୍ଥନ କରି ରିପୋର୍ଟ ଛାପିବା ପରେ ଭାରତରେ ବିରୋଧୀ ଦଳମାନେ ମଧ୍ୟ ସରକାରଙ୍କୁ ଘେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.