ଟିମ୍ ଇଣ୍ଡିଆ ମ୍ୟାଚ୍ ହାରିଲା, ଫାଇନ ଦେଲା

Published By : Prameya-News7 Bureau | February 06, 2020 IST

ହାମିଲଟନ୍ ୦୬।୦୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବୁଧବାର ଦିନ ଖେଳାଯାଇଛି । ପ୍ରଥମ ମ୍ୟାଚ୍‌ରେ ଭାରତକୁ ୪ଓ୍ବିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ତେବେ ମ୍ୟାଚ୍‌ରେ ପରାଜୟ ସହ ଦଳକୁ ଆଇସିସି ପକ୍ଷରୁ ଜୋରିମାନା ଲାଗିଛି । ଭାରତୀୟ କ୍ରିକେଟ ଟିମ୍‌ର ମ୍ୟାଚ୍‌ ପାଉଣାରୁ ୮୦ପ୍ରତିଶତ ଜୋରିମାନା ହିସାବରେ ଆଦାୟ କରାଯିବ ବୋଲି ମ୍ୟାଚ୍‌ ରେଫରୀ ସୂଚନା ଦେଇଛନ୍ତି  ।    

ଭାରତୀୟ କ୍ରିକେଟ ଟିମ୍‌ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲା । ପ୍ରଥମ ଦିନିକିଆରେ ମନ୍ଥର ବୋଲିଂ କାରଣରୁ ଭାରତୀୟ ଟିମ୍‌ରୁ ଅର୍ଥଦଣ୍ଡର ସମ୍ମୁଖୀନ ହେବାକୁ ପଡିଛି । ଟିମ୍‌ର ପ୍ରତି ଖେଳାଳିଙ୍କ ମ୍ୟାଚ୍‌ର ୮୦ପ୍ରତିଶତ ଟଙ୍କା କଟାଯିବ ବୋଲି ମ୍ୟାଚ୍‌ ରେଫରି ଧାର୍ଯ୍ୟ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଭାରତ ୪ଓଭର କମ୍‌ ବୋଲିଂ କରିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମ୍ୟାଚ୍‌ ରେଫରି କହିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍‌ ବୋଲିଂ କଲେ ୨୦ପ୍ରତିଶତ ଜରିମାନ ଲାଗିଥାଏ, ତେଣୁ ଭାରତ ପକ୍ଷରୁ ୪ଓଭର ବୋଲିଂ କମ୍‌ କରିଥିବାରୁ ୮୦ପ୍ରତିଶତ ଜରିମାନ ଲାଗିଛି ।  ଭାରତୀୟ ଟିମ୍‌ ଏହାପୂର୍ବରୁ ୪ର୍ଥ ଓ ୫ମ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.