ବିଶାଖାପାଟଣା ଟେଷ୍ଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

Published By : Prameya-News7 Bureau | October 06, 2019 IST

ବିଶାଖାପଟଣା ୦୬।୧୦- ବିଶାଖାପାଟଣା ଟେଷ୍ଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ ।ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ଜବରଦସ୍ତ ବୋଲିଂ ବଳରେ ବିରାଟ ବାହିନୀ ୨୦୩ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।ଫାଷ୍ଟ ବୋଲର ମହମ୍ମଦ ସାମି ୫ ୱିକେଟ ଏବଂ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡ଼େଜା ୪ ୱିକେଟ ହରାଇ ବିଶାଖାପାଟଣାରେ ଭାରତକୁ ବିଜୟ ଦେଇଛନ୍ତି ।୩୯୫ ରନ୍ ଟାର୍ଗେଟ୍ର ପିଛା କରି ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ୧୯୧ ରନ୍ରେ ଅଲଆଉଟ୍ ହୋଇ|ଯାଇଥିଲା ।

{"id":166998}

ଭାଇଜାଗ୍ରେ ଚାଲିଲା ସାମି ଓ ଜାଡେଜାଙ୍କ ଯାଦୁ ।ଫେଲ୍ ମାରିଲା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପ୍ ।୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ୧-୦ରେ ଜିତି ଟିମ୍ ଇଣ୍ଡିଆର ଜବରଦସ୍ତ ଓପନିଂ ।ମହମ୍ମଦ ସାମି ୩୫ ରନ୍ ଦେଇ ୫ ୱିକେଟ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ବୋଲଡ କରିଥିଲେ ।ସାମିଙ୍କୁ ସାଥ୍ ଦେଇ ରବୀନ୍ଦ୍ର ଜାଡ଼େଜା ୮୭ ରନ୍ ଦେଇ ୪ ୱିକେଟ୍ ହାତେଇଥିବା ବେଳେ ଆର୍. ଅଶ୍ବୀନଙ୍କ ଭାଗରେ ପଡ଼ିଥିଲା ଗୋଟିଏ ୱିକେଟ୍ ।ମ୍ୟାଚ୍ର ଶେଷ ଦିନରେ ଭାରତକୁ ବିଜୟ ପାଇଁ ଦରକାର ଥିଲା ୯ ୱିକେଟ୍ ।

{"id":166999}

ପୁରା ଉତ୍ସାହ ଭିତରେ ଥିବା ଟିମ୍ ଇଣ୍ଡିଆ ପ୍ରଥମ ଦୁଇଟି ସେସନ୍ରେ ହିଁ ବିଜୟକୁ ନିଜ ନାଁରେ କରି ନେଇଥିଲା ।ପ୍ରଥମ ସେସନ୍ରେ ହିଁ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ସ୍ପେଲ୍  ଆଫ୍ରିକା ଟିମ୍ର ୭ ଜଣ ବ୍ୟାଟସମ୍ୟାନ୍ଙ୍କୁ ପ୍ୟାଭଲିୟନ ଫେରାଇ ଦେଇଥିଲା ।

{"id":167000}

କିନ୍ତୁ ଶେଷ ଦୁଇ ୱିକେଟ୍ ନେବା ପାଇଁ ଭାରତୀୟ ବୋଲରଙ୍କୁ ଆହୁରି ୨୨ ଓଭର ବୋଲିଂ କରିବାକୁ ପଡ଼ିଥିଲା ।ଏହାପୂର୍ବରୁ ଭାରତ ଶନିବାର ରୋହିତ ଶର୍ମାଙ୍କ ଶତକ ବଳରେ ୩୨୩ ରନ୍ କରି ଇନିଂସ ଘୋଷଣା କରିଥିଲା ।ଏହି ଲକ୍ଷ୍ୟର ପିଛା କରି ଆଫ୍ରିକା ଟିମ୍ ଶନିବାର ଶେଷ ସୁଦ୍ଧା ୧୧ ରନ୍ କରି ଗୋଟିଏ ୱିକେଟ୍ ହରାଇଥିଲା ।ଏହି ଟେଷ୍ଟରେ ସ୍ପିନର ଆର. ଅଶ୍ବୀନ ଶୀଘ୍ର ୩୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ବ ରେକର୍ଡ ହାସଲ କରିଛନ୍ତି ।ସେ ଦକ୍ଷିଣ ଆଫ୍ରିକାର ଡି' ବ୍ରୁଇନ୍ଙ୍କୁ ବୋଲଡ କରି ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।ପଞ୍ଚମ ତଥା ଶେଷ ଦିନରେ ଆଜି ମହମ୍ମଦ ସାମି ଦକ୍ଷିଣ ଆଫ୍ରିକାର ୪ ଜଣଙ୍କୁ ବୋଲ୍ଡ କରିଥିଲେ ।ବିଶାଖପାଟଣା ଟେଷ୍ଟର ଭାରତର ନୂଆ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ବେଶ୍ ସଫଳ ହୋଇଛନ୍ତି ।ମୟଙ୍କ ଅଗ୍ରୱାଲ ପ୍ରଥମ ଇନିଂସରେ ୨୧୫ ରନ୍ କରିଥିବା ବେଳେ ରୋହିତ ଶର୍ମା ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି ।ରୋହିତ ପ୍ରଥମ ଇନିଂସରେ ୧୭୬ ରନ୍ କରିଥିବା ବେଳେ ଦ୍ବିତୀୟ ଇନିଂସରେ ୧୨୭ ରନ୍ କରିଥିଲେ ।ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆୱାର୍ଡ ମିଳିଛି ।ସିରିଜ୍ର ଦ୍ବିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ପୁନେରେ ଆରମ୍ଭ ହେବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.