୫ମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୭ରନ୍‌ରେ ପରାସ୍ତ, ସିରିଜ କ୍ଲିନ ସ୍ବିପ୍‌ କଲା ମେନ୍ ଇନ୍ ବ୍ଲୁ

Published By : Prameya-News7 Bureau | February 02, 2020 IST

ମାଉଣ୍ଟମଙ୍ଗନୁଇ୨।୨:  ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ ସରିଛି। ପଞ୍ଚମ ମ୍ୟାଚ୍‌ବିଜୟ ସହ ଭାରତ ୫-୦ରେ ସିରିଜ ବିଜୟୀ ହୋଇଛି । ପଞ୍ଚମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ରନ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡ ସୀମିତ ୨୦ଓଭରରେ ୯ଟି ଓ୍ବିକେଟ ହରାଇ ୧୫୬ରନ କରିବାକୁ ସକ୍ଷମ ହୋଇଛି । ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ ସୀମିତ ୨୦ଓଭରରେ ୩ଟି ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା । ଶେଷ ମ୍ୟାଚ୍‌ ବିଜୟୀ ପାଇଁ ନ୍ୟୁଜିଲାଣ୍ଡକୁ ୧୬୪ରନ୍‌ ଟାର୍ଗଟେ ଦେଇଥିଲା ଭାରତ ।   ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୂର୍ବରୁ ଭାରତ ୪-୦ରେ ସିରିଜ୍ ଆଗୁଆ ଥିବା ବେଳେ ଆଜିର ମ୍ୟାଚ୍ ଜିତି ସିରିଜକୁ କ୍ଲିନ୍ ସୁଇପ୍ କରିଛି ଭାରତ ।

ଟସ୍‌ ଜିତି ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଅନ୍ତିମ ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯାଇଥିଲା । ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ବିରାଟଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ବ ଦିଆଯାଇଥିଲା । ଦଳ ପକ୍ଷରୁ ଲୋକେଶ ରାହୁଲ ଓ ସଞ୍ଜୁ ସାମ୍‌ସନ ଓପନିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ । ଦଳୀୟ ସ୍କୋର ୮ରନ୍‌ ହୋଇଥିବା ବେଳେ ସଞ୍ଜୁ ସାମ୍‌ସନ ବ୍ୟକ୍ତିଗତ ୨ରନ୍‌ କରି ଆଉଟ ହୋଇଥିଲେ । ପରେ ରୋହିତ ଶର୍ମା ଓ ଲୋକଶ ରାହୁଲ ରକ୍ଷଣଶୀଳ ବ୍ୟାଟିଂ ଜାରି ରଖିଥିଲେ । ତେବେ ଦଳୀୟ ସ୍କୋର ୯୬ରନ୍‌ ହୋଇଥିବା ବେଳେ ରାହୁଲ ୪୫ରନ୍‌ କରି ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୦ରନ୍ କରି ରିଟାୟର୍ଡ ହଟ୍ ହୋଇଥିଲେ । ଦଳର ଶେଷ ଓଭର ବ୍ୟାଟିଂ ପର୍ଯ୍ୟନ୍ତ ମନୀଷ ପାଣ୍ଡେ ୧୧ ଓ ଶ୍ରେୟସ ଆୟାର ୩୩ରନ୍‌ କରି ଅପରାଜିତ ରହିଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ସ୍କଟ କୁଗେଲିଜିନ ସର୍ବାଧିକ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

୧୬୪ରନ୍‌ର ଟାର୍ଗେଟକୁ ପିଛା କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ କିଓ୍ବି ଓପନର ମାର୍ଟିନ ଗୁପ୍ଟିଲ ଓ କୋଲିନ ମୁନରୋ । କିନ୍ତୁ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂକୁ ସାମ୍ନା କରିବା ପାରିନଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ଗୋଟିଏ ପଟେ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଅନ୍ୟପଟେ ଟିମ୍ ସେପଟ ଧୌର୍ଯ୍ୟ ସହ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । କିନ୍ତୁ ଏହା ଦଳ ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇପାରିନଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ରନ ରସ ଟେଲର ୫୩, କୁଲିନ ମୁନରୋ ୫୦ ରନ କରିଛନ୍ତି । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗୁପ୍ଟିଲ ୨,ମିଚେଲ ୨,ସେଣ୍ଟନର ୬,ଟିମ୍ ସାଉଦୀ ୬, କୁଗେଲିଜିନ ଓ ବ୍ରୁସ ଖାତା ନଖୋଲି ପାଭିଲିୟନ ଫେରିଯାଇଥିଲେ । ସୋଢି ୧୬ ଓ ବେନେଟ ୧ରନ କରି ଅପରାଜିତ ରହିଥିଲା । ଭାରତ ପକ୍ଷରୁ ବୁମ୍‌ରାହ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ଶର୍ଦ୍ଧୁଲ ଠାକୁର ଓ ସାଇନି ୨-୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେହିପରି ଓ୍ବାସିଂଟନ ସୁନ୍ଦର ୧ଟି ଓ୍ବିକେଟ ଶୀକାର କରିଛନ୍ତି ।

ସିରିଜର ଶେଷ ତଥା ୫ମ ମ୍ୟାଚ୍‌ରେ ୪ଓଭର ବୋଲିଂ କରି ୧୨ ଦେଇ ୩ଟି ଓ୍ବିକେଟ ଅକ୍ତିଆର କରିଥିବା ଭାରତୀୟ ବୋଲିର ଜସ୍‌ପ୍ରିତ ବୁମ୍‌ରାହଙ୍କୁ Man of The Match ପୁରସ୍ଥାର ପ୍ରଦାନ କରାଯାଇଛି । ସେହିଭଳି ସିରିଜରେ ଲଗାତର ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟସମ୍ୟାନ ଲୋକଶ ରାହୁଲଙ୍କୁ Player Of The Series ପୁରସ୍କାରରେ ପୁରସ୍କୃତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.