ସିରିଜ୍ ଜିତିଲା ଭାରତ

Published By : Prameya-News7 Bureau | January 10, 2020 IST

ପୁଣେ ୧୦|୧:  ତୃତୀୟ ତଥା ସିରିଜର ଅନ୍ତିମ ମ୍ୟାଚ୍‌ ଜିତିଲା ଭାରତୀୟ ଟିମ୍ । ପୁଣେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ଓଭରରେ୬ ୱିକେଟ୍ ହରାଇ କରିଥିଲା ୨୦୧ରନ୍ । ୨୦୨ ରନର ବିଜୟ ଲକ୍ଷକୁ ଅନୁଧାବନ କରି ଶ୍ରୀଲଙ୍କା ୧୨୩ ରନ୍‌ରେ ଅଟକି ଯାଇଛି। ଫଳରେ ଭାରତ ୭୮ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍ ସହ ଶ୍ରୀଲଙ୍କର ଭାରତ ଗସ୍ତ ଶେଷ ହୋଇଥିବା ବେଳେ ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି।

ଭାରତ ପକ୍ଷରୁ ଲୋକେଶ ରାହୁଲ ୩୬ବଲ୍‌ରେ ୫୪ରନ୍‌, ଶିଖର ଧାୱନ ୩୬ବଲ୍‌ରେ ୫୨ରନ୍‌ କରି ଟିମ୍‌ ଇଣ୍ଡିଆର ପାଳିକୁ ଭଲ ଆରମ୍ଭ ଦେଇଥିଲେ । ତେବେ ମଧ୍ୟକ୍ରମରେ ବ୍ୟାଟିଂ କିଛି ମାତ୍ରରେ ଦୋହଲିବା ପରିସ୍ଥିତିରେ ଥିବା ବେଳେ ଅଲରାଉଣ୍ଡର ଶର୍ଦ୍ଦୁଲ ଠାକୁର ୮ଟି ବଲ୍‌ରେ ବିସ୍ଫୋରକ ୨୨ରନ ଖେଳି ଦଳର ସ୍କୋର ୨୦୦ ପାର କରିଥିଲେ ।

ସେହିପରି ଶ୍ରୀଲଙ୍କା ପକ୍ଷରୁ ଲକସନ ସାନ୍ଦକାନ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହସରଙ୍ଗା ଓ ଲହିରୁ କୁମାର ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ତେବେ ଲସିଥ୍‌ ମାଲିଙ୍ଗା କୌଣସି ୱିକେଟ ପାଇନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.