ଇଡେନ୍‌ ଟେଷ୍ଟରେ ଭାରତର ଦମଦାର ବିଜୟ- ବାଂଲାଦେଶକୁ ଇନିଂସ୍‌ ଓ ୪୬ ରନ୍‌ରେ ପରାସ୍ତ କଲା ବିରାଟ ବାହିନୀ

Published By : Prameya-News7 Bureau | November 24, 2019 IST

କୋଲକାତା ୨୪।୧୧ -  ଇଡେନ୍‌ ଟେଷ୍ଟରେ ଭାରତର ଦମଦାର ବିଜୟ । ବାଂଲାଦେଶକୁ ଇନିଂସ୍‌ ଓ ୪୬ ରନ୍‌ରେ ପରାସ୍ତକରି ୩ ଦିନ ମଧ୍ୟରେ ପିଙ୍କ୍ ଟେଷ୍ଟକୁ କରାୟତ କରିନେଇଛି ବିରାଟ ସେନା । ଏହି ପ୍ରଥମ ଡେ ଆଣ୍ଡ ନାଇଟ୍ ଟେଷ୍ଟ ବିଜୟ ସହ ଭାରତ ୨-୦ ରେ ସିରିଜ୍‌ କବଜା କରିନେଇଛି ।

{"id":189220,"sizeSlug":"large"}

ଇଡେନ୍‌ରେ ଧୂଳି ଚାଟିଲା ବାଂଲାଦେଶ । ୨ ଦିନ ଗୋଟିଏ ଓଳି ପୂର୍ବରୁ ହିଁ ପିଙ୍କ ଟେଷ୍ଟକୁ କବଜା କରିନେଲା ଭାରତ । ପ୍ରଥମ ଡେ ନାଇଟ୍ ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନ୍‌ରେ ପରାସ୍ତ କରିଛି ବିରାଟ ସେନା । ଗତକାଲିର ଅସମାପ୍ତ ୬ ୱିକେଟ୍‌ରେ ୧୫୨ ରନ୍‌ରୁ ବାଂଲାଦେଶ ଆଜି ଖେଳ ଆରମ୍ଭ କରିଥିଲା ।

{"id":189221,"sizeSlug":"large"}

ସେହି ୧୫୨ ରନ୍‌ରେ ସପ୍ତମ, ୧୮୪ ରନ୍‌ରେ ଅଷ୍ଟମ ଓ ୧୯୫ ରନ୍‌ରେ ନବମ ୱିକେଟ୍‌ ହରାଇ ଥିଲା । ଗତକାଲି ରିଟାର୍ଡ ହଟ୍‌ ମହମ୍ମଦଉଲ୍ଲା ଆଉ ବ୍ୟାଟିଂ ପାଇଁ ଆସିନଥିଲେ । ଦ୍ବିତୀୟ ଇନିଂସ୍‌ରେ ଉମେଶ ଯାଦବ ୫ଟି, ଇଶାନ୍ତ ଶର୍ମା ୪ ଟି ୱିକେଟ୍‌ ନେଇଥିଲେ । ଅର୍ଥାତ୍ ପୂରା ଟେଷ୍ଟରେ ଭାରତୀୟ ସିମରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା । ସମସ୍ତ ୧୯ ୱିକେଟ୍‌ ପେସ୍‌ ବୋଲର ବାଣ୍ଟି ନେଇଥିଲେ ।

{"id":189222,"sizeSlug":"large"}

ପ୍ରଥମ ଇନିଂସ୍‌ରେ ମାତ୍ର ୧୦୬ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା ବାଂଲାଦେଶ । ଭାରତ ତାର ପ୍ରଥମ ଇନିଂସ୍‌ରେ କ୍ୟାପଟେନ୍ କୋହଲିଙ୍କ ୧୩୬ ରନ୍, ପୂଜାରାଙ୍କ ୫୫, ରାହାଣେଙ୍କ ୫୧, ରୋହିତଙ୍କ ୨୧ ରନ୍ ସହାୟତାରେ ୯ ୱିକେଟ୍‌ ହରାଇ ୩୪୭ ରନ୍ କରିବା ପରେ ପାଳି ଘୋଷଣା କରିଥିଲା ।

{"id":189228,"sizeSlug":"large"}

ଦ୍ବିତୀୟ ଇନିଂସ୍‌ରେ ବାଂଲାଦେଶ ୧୯୫ ରନ୍‌ର ଅଲଆଉଟ୍ ହୋଇଯାଇଥିଲା । ବାଂଲାଦେଶ ପକ୍ଷରୁ ମୁସଫିକର ରହିମ୍‌ ସର୍ବାଧିକ ୭୪, ମହମ୍ମଦ ଉଲ୍ଲା ୩୯ ଓ ଅଲ ଅମିନ୍ ହୋସେନ୍‌ ୨୧ ରନ୍ କରିବାକୁ ସକ୍ଷମ ହୋଇଥିଲେ ।

{"id":189229,"sizeSlug":"large"}

ଇଶାନ୍ତ ଶର୍ମା ପ୍ଲେୟାର ଅଫଦି ମ୍ୟାନ୍‌ ଓ ସିରିଜ୍‌ ହୋଇଥିଲେ ।ଏହି ବିଜୟ ସହ ଭାରତ ୨ ଟିକିଆ ସିରିଜ୍‌କୁ ୨-୦ ରେ କ୍ଲିନ୍ ସୁଇପ୍ କରିଛି । ପ୍ରଥମ ଟେଷ୍ଟକୁ ବି ଇନିଂସ୍‌ ୧୩୦ ରନ୍‌ରେ ଜିତିଥିଲା ଭାରତ ।  

ଭାରତର କ୍ରିକେଟ୍‌ ଇତିହାସରେ କୋଲକାତା ଟେଷ୍ଟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ । ଭାରତ-ବାଂଲାଦେଶ ମଧ୍ୟରେ ଏହା ପ୍ରଥମ ଡେ ଆଣ୍ଡ ନାଇଟ୍‌ ଟେଷ୍ଟ ଥିବା ବେଳେ ପିଙ୍କ ବଲ୍‌ରେ ଖେଳାଯାଇଥିଲା । ପୂରା ଷ୍ଟାଡିଅମ୍‌ ସହ କୋଲକାତା ସହରକୁ ଗୋଲାପି ରଙ୍ଗରେ ସଜାଇ ଦିଆଯାଇଥିଲା । ପୂରା ସହର ପାଲଟି ଥିଲା ପିଙ୍କ ସିଟି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.