ବ୍ରିଟେନ୍‌ ହାଇକୋର୍ଟରେ ପାକିସ୍ତାନକୁ ଝଟକା ଜିତିଲା ଭାରତ

Published By : Prameya-News7 Bureau | October 02, 2019 IST

ଲଣ୍ଡନ - ବ୍ରିଟେନ ହାଇକୋର୍ଟରେ ଏକ ମାମଲାରେ ପାକିସ୍ତାନକୁ ଲାଗିଛି ଝଟକା ଆଉ ଭାରତକୁ ହୋଇଛି ଜିତ୍‌। ଏହା ଅନୁଯାୟୀ ଏବେ ଭାରତକୁ ଫେରିବ ପ୍ରାୟ ୩୦୬କୋଟି ଟଙ୍କା ।

ବ୍ରିଟେନ ହାଇକୋର୍ଟରେ ଚାଲିଥିଲା ମାମଲା ୧୯୪୮ ମସିହାରୁ। ୭୦ ବର୍ଷ ଧରି ଚାଲିଥିଲା ଏହି ନ୍ୟାୟିକ ଯୁଦ୍ଧ ।ମାମଲା ୩୫ ମିଲିୟନ ପାଉଣ୍ଡର। ପାକିସ୍ତାନ ଦାବି କରୁଥିଲା ତାର ଆଉ ଭାରତର ହାଇଦ୍ରାବାଦ ନିଜାମ ଦାବି କରୁଥିଲେ ଏହି ଟଙ୍କା ତାଙ୍କର।

{"id":165585}

 ମାମଲାଟି ଥିଲା କିଛି ଏମିତି। ୧୯୪୮ ମସିହାର କଥା । ଲଣ୍ଡନରେ ଥିବା ପାକିସ୍ତାନର ହାଇକମିଶନର ହବିବ ଇବ୍ରାହିମ ରହିମତୁଲ୍ଲାଙ୍କୁ ୧ ମିଲିୟନ ପାଉଣ୍ଡ ରଖିବା ଲାଗି  ତତ୍କାଳିନ ହାଇଦ୍ରାବାଦ ନିଜାମ ମିର ଓସ୍ମାନ ଅଲ୍ଲି ଖାଁ ଦେଇଥିଲେ। ତାଙ୍କ ଆକାଉଣ୍ଟରେ ବିଶ୍ବାସରେ ରଖିବା ଲାଗି ସେତେବେଳ ସେ ଟ୍ରାନସଫର କରିଥିଲେ। ଏହି ଟଙ୍କା ନେବା ଲାଗି ପାକିସ୍ତାନ ଦାବି କରୁଥିଲା କିନ୍ତୁ ନ୍ୟାୟିକ ଲଢ଼େଇରେ ଭାରତର ହୋଇଛି। ଜିତ୍‌।

ସେତେବେଳେ ହାଇଦ୍ରାବାଦ ଭାରତ ଅଧୀନରେ ନଥିଲା। ଏବଂ କାଳେ ହାଇଦ୍ରାବାଦ ଉପରେ ଆକ୍ରମଣ ହେବ ସେଥିପାଇଁ ସେ ଏହି ଟଙ୍କା ରଖିବା ଲାଗି ପାକ୍‌ ହାଇକମିଶନରଙ୍କୁ କହିଥିଲେ। ପରେ ନିଜାମ ଦାବି କରିଥିଲେ ଯେ ଏହି ଟଙ୍କା ତାଙ୍କ ସହମତିରେ ଟ୍ରାନସଫର ହୋଇନି ତେଣୁ ତାଙ୍କୁ ଫେରାଇ ଦିଆଯାଉ। ହେଲେ ବ୍ୟାଙ୍କ ମାନି ନଥିଲା। କହିଥିଲା ଏହି ପାଣ୍ଠି ଏବେ ପାକିସ୍ତାନ ହେପାଜତରେ ରହିଛି ଏବଂ ପାକିସ୍ତାନ ବିନା ସହମତିରେ ଏହା ଟ୍ରାନ୍‌ସଫର ହୋଇପାରିବନି।

{"id":165584}

 ୧୯୫୦ରେ ନିଜାମ କୋର୍ଟରେ ମାମଲା ରୁଜୁ କଲେ। ସେବେଠାରୁ ସେହି ପାଣ୍ଠିକୁ କାହାକୁ ଦିଆଯାଇନି, ନ୍ୟାଟୱେଷ୍ଟ ବ୍ୟାଙ୍କରେ ଟଙ୍କା ବଢ଼ି ବଢ଼ି ଏବେ ୩୫ ମିଲିୟନ ପାଉଣ୍ଡ ହେଲାଣି। ଯାହାର ଭାରତୀୟ ମୂଲ୍ୟ ହେଉଛି ୩୦୬ କୋଟିରୁ ଊର୍ଦ୍ଧ୍ବ । ଇତିମଧ୍ୟରେ ଭାରତ ସରକାର ଏବଂ ନିଜାମଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। ଯେଉଁଥିରେ ନିଜାମଙ୍କୁ ସମର୍ଥନ କରିଥିଲେ ଭାରତ ସରକାର।

 ୧୯୧୩ରୁ ପାକିସ୍ତାନ ସରକାର ଏହାଉପରୁ ସେଭେରେଇନ କ୍ଲେମ ହଟାଇ ଏହି ଟଙ୍କା ତାଙ୍କୁ ଦେବା ଲାଗି ଦାବି କରିଥିଲା। ଏଣେ ନିଜାମଙ୍କ ଅଷ୍ଟମ ବଂଶଜ ମୁକରାମ ଜାହ ଯିଏକି ତୁର୍କୀରେ ରହୁଛନ୍ତି ମାମଲା ଲଢୁଥିଲେ। ଆଉ ମାମଲାରେ କୋର୍ଟଙ୍କ ରାୟ ଆସିଛି ନିଜାମ ସପକ୍ଷରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.