ୱେଷ୍ଟଇଣ୍ଡିଜକୁ ହରାଇ ୩/୧ରେ ସିରିଜ ଜିତିଲା ଭାରତ

Published By : Prameya-News7 Bureau | November 01, 2018 IST

ଥିରୁଅନନ୍ତପୁରମ ୧/୧୧ : ପଞ୍ଚମ ତଥା ଶେଷ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ଭାରତ ୯ ଉଇକେଟରେ ପରାସ୍ତ କରିଛି | ଫଳରେ ଭାରତ ୩/୧ରେ ସିରିଜ ବିଜୟୀ ହୋଇଛି | ଆଜି ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା | ପ୍ରଥମରୁ ହିଁ ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା | ୩୧.୫ ଓଭରରେ ୧୦୪ ରନ କରି ୱେଷ୍ଟଇଣ୍ଡିଜ ଦଳ ଆଉଟ ହୋଇଯାଇଥିଲା | ଜବାବରେ ଭାରତ ମାତ୍ର ଗୋଟିଏ ଉଇକେଟ ହରେଇ ୧୪.୫ ଓଭରରେ ବିଜୟ ଲକ୍ଷ ହାସଲ କରିଥିଲା | ରୋହିତ ଶର୍ମା ସର୍ବାଧିକ ୫୬ଟି ବଲରୁ ୬୩ ରନ କରିଥିଲେ | ଏଥିମଧ୍ୟରେ ୪ଟି ଛକ୍କା ଓ ୫ଟି ଚୌକା ରହିଥିଲା | ତେବେ ଆଜି ମଧ୍ୟ ଶିଖର ଧାୱନ ଶୀଘ୍ର ଆଉଟ ହୋଇଯାଇଥିଲେ | ଗୋଟିଏ ଚୌକା ସହାୟତାରେ ୫ଟି ବଲରୁ ୬ ରନ ସଂଗ୍ରହ କରି ସେ ଓସନେ ଥାମାସଙ୍କ ଦ୍ୱାରା ବୋଲଡ ହୋଇଯାଇଥିଲେ | ଅଧିନାୟକ ବିରାଟ କୋହଲି ୨୯ଟି ବଲରୁ ୬ଟି ଚୌକା ସହାୟତାରେ ୩୩ ରନ କରିଥିଲେ | ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଉଇକେଟ ନେଇଥିଲେ | ଯଶପ୍ରୀତ ବୁମରାହା ଓ ଖାଲିଲ ଅହମଦଙ୍କୁ ଦୁଇଟି ଲେଖାଏଁ ଉଇକେଟ ମିଳିଛି | ଭୁବନେଶ୍ୱର କୁମାର ଏବଂ କେଦାର ଯାଦବଙ୍କୁ ଗୋଟିଇ ଲେଖାଏଁ ଉଇକେଟ ମିଳିଛି | ଆଜି ପ୍ରଥମରୁ ହିଁ ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା | ଓପନର କେ. ପାୱେଲ କୌଣସି ରନ ନକରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହେବାପରେ ଦଳ ପାଇଁ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା | ଆର.ପାୱେଲ ୩୯ ବଲରୁ ୧୬ ରନ କରିଥିବାବେଳେ ଖଲିଲ ଅହମଦଙ୍କ ଦ୍ୱାରା ଆଉଟ ହୋଇ ପାଭିଲିଆନ ଫେରିଯାଇଥିଲେ | ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଏସ.ହୋପ କୌଣସି ରନ ନକରି ଯଶପ୍ରୀତ ବୁମରାହାଙ୍କ ବଲରେ ବୋଲଡ ହୋଇଯାଇଥିଲେ | ଏମ.ସ୍ମୁଏଲ୍ସ ୩୮ ବଲରେ ୨୪ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ବିରାଟ କୋହଲିଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ | ସେହିଭଳି ଏସ. ହେତମେୟର ୯ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ତାଙ୍କୁ ଏଲବିଡବ୍ଲ୍ୟୁ କରି ପାଭିଲିଆନ ପଠେଇଦେଇଥିଲେ | ୩୩ ବଲରେ ମାତ୍ର ୨୫ ରନ କରିଥିବା ଯେ. ହୋଲଡ଼ରଙ୍କୁ ଖାଲିଲ ଅହମଦ କ୍ୟାଚ ଆଉଟ କରିଥିଲେ | ସେହିଭଳି ୧୧ ବଲରୁ ୪ରନ କରିଥିବାବେଳେ ଏଫ.ଆଲେନ ଯଶପ୍ରୀତ ବୁମରାହାଙ୍କ ବଲରେ ଆଉଟ ହୋଇଥିଲେ | କେ. ପାଲ ୧୮ଟି ବଲରୁ ୫ରଣ କରିଥିଲେ | ସେ କୁଲଦୀପ ଯାଦବଙ୍କ ବଲରେ ଆମ୍ବଟି ରାୟୁଡୁଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ | ଆର.ରୋଜ ୧୫ଟି ବଲରେ ୫ରଣ କରିଥିବାବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ କେଦାର ଯାଦବଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ | ଓ.ଥାମାସଙ୍କୁ ରବୀନ୍ଦ୍ର ଜାଡେଜା ଏଲବିଡବ୍ଲ୍ୟୁ କରି ଆଉଟ କରିଥିଲେ | ଦୁଇଟି ବଲ ଖେଳିଥିଲେ ମଧ୍ୟ ସେ କୌଣସି ରନ ସଂଗ୍ରହ କରିପାରିନଥିଲେ | ଡି.ବିଶୋ ନଟ ଆଉଟ ରହିଥିଲେ | ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ଆଜି ୩ଜଣ ଡକ ଆଉଟ ହୋଇଥିବାବେଳେ ମାତ୍ର ତିନିଜଣ ଖେଳାଳିଙ୍କ ବ୍ୟକ୍ତିଗତ ରନ ଦୁଇଅଙ୍କ ଛୁଇଁଥିଲା | ଏକ ସହଜ ବିଜୟ ଲକ୍ଷ ନେଇ ପଡିଆ ଓହ୍ଲାଇଥିବା ଭାରତୀୟ ଦଳ ଏକ ନିଶ୍ଚିତ ବିଜୟ ଆଡକୁ ଅଗ୍ରସର ହେଉଛି | ଏହି ମ୍ୟାଚରେ ବୁଜେଇ ହେଲେ ଭାରତ ୩/୧ରେ ସିରିଜ ବିଜୟୀ ହେବ | ୫ଟିକିଆ ସିରିଜ ମଧ୍ୟରୁ ଗୋହାତି ଠାରେ ପ୍ରଥମ ଏକ ଦିନାସୀୟ ଖେଳାଯାଇଥିଲା | ଭାରତ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ଉଇକେଟରେ ପରାସ୍ତ କରିଥିଲା | ଦ୍ୱିତୀୟ ଦିନିକିଆ ବିଶାଖାପାଟଣା ଠାରେ ଖେଳାଯାଇଥିଲା | ୩୨୨ ରନ ବିଜୟ ଲକ୍ଷ ନେଇ ପଶିଅକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ଦଳ ୩୨୧ ରନ କରି ଅଳ ଆଉଟ ହୋଇଯାଇଥିଲା | ଫଳରେ ଏହି ମ୍ୟାଚ ଟି ହୋଇଯାଇଥିଲା | ତୃତୀୟ ଦିନିକିଆ ଖେଳାଯାଇଥିଲା ନାଗପୁରଠାରେ | ଏହି ମ୍ୟାଚରେ ଭାରତ ୪୩ ରନରେ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଥିଲା | ଫଳରେ ସିରିଜ ୧/୧ରେ ବରାବର ରହିଥିଲା | କିନ୍ତୁ ମୁମ୍ବାଇଠାରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଭାରତ ଜୋରଦାର ପ୍ରଦର୍ଶନ କରିଥିଲା | ବିରାଟ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା | ୨୨୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିବା ଭାରତ ଆଜି ମଧ୍ୟ ସୁନ୍ଦର ପ୍ରଦର୍ଶନ କରି ସିରିଜ ବିଜୟୀ ହୋଇଛି | ସୂଚନାଯୋଗ୍ୟ ଯେ, ୨୦୦୬ ମସିହା ପରଠାରୁ ୱେଷ୍ଟଇଣ୍ଡିଜ କେବେ ଭାରତ ଠାରୁ ଏକ ଦିବସୀୟ ସିରିଜ ବିଜୟୀ ହୋଇନାହିଁ | ୨୦୦୬ ମସିହାରୁ ଇତି ମଧ୍ୟରେ ଦୁଇ ଦେଶ ମଧ୍ୟରେ ୭ଟି ଏକ ଦିଟିୟା ସିରିଜ ଖେଳାଯାଇଛି | ଭାରତ ୭ଟି ଯାକ ବିଜୟୀ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.