ନଟିଂହାମ୍ ଟେଷ୍ଟ ଜିତିଲା ଭାରତ

Published By : Prameya-News7 Bureau | August 22, 2018 IST

ଇଂଲଣ୍ଡ ୨୨/୮:ନଟିଂହାମ୍ ଟେଷ୍ଟ୍ ଜିତିଲା ଭାରତ। ୨୦୩ ରନରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ବିଜୟୀ ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ ଏହାର ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁଲାକାତ ହୋଇଥିଲା। ୫ ଦିନିଆ ଏହି ବିଜୟ ସହ ୫ ଟିକିଆ ୭ ମ୍ୟାଚ ସିରିଜରେ ଭାରତ ୧-୨ ରେ ଆଗୁଆ ହୋଇଛି | ତୃତୀୟ ଟେଷ୍ଟର ପଞ୍ଚମ ଦିନରେ ଏହି ମ୍ୟାଚ ଜିତିବା ପାଇଁ ଭାରତକୁ ଆଉ ଗୋଟିଏ ଉଇକେଟର ଆବଶ୍ୟକତା ଥିଲା | ରବି ଚନ୍ଦ୍ରନ ଅଶ୍ୱିନୀ ଜେମ୍ସ ଅଣ୍ଡରସନଙ୍କ ଉଇକେଟ ନେଇ ଦଳ ପାଇଁ ବିଜୟ ଆଣିଥିଲେ | ଗତକାଲି ମ୍ୟାଚର ଚତୁର୍ଥ ଦିନରେ ଯଶପ୍ରୀତ ବୁମରା ଅତ୍ୟନ୍ତ ଘାତକ ବୋଲିଂ କରିଥିଲେ | ୫୮ ରନ ଦେଇ ୫ଟି ଉଇକେଟ ହାସଲ କରିଥିଲେ | ଟେଷ୍ଟ କ୍ରିକେଟର କୌଣସି ମ୍ୟାଚରେ ୫ ଉଇକେଟ ନେବା କ୍ଷେତ୍ରରେ ବୁମରାଙ୍କ ଏହା ଦ୍ୱିତୀୟ ସଫଳତା ଥିଲା | ଏହି ମ୍ୟାଚରେ ମହମଦ ସାମୀ ୨ଟି ଉଇକେଟ ନେଇଥିବା ବେଳେ ଅଶ୍ୱିନୀ ଓ ହାର୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ | ତୃତୀୟ ଟେଷ୍ଟର ଦୁଇଟି ଯାକ ଇନିଂସରେ କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ଥିଲା | ପ୍ରତାହାମ ଇନିଂସରେ ସେ ୯୭ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୦୩ ରନ କରିଥିଲେ | ଏହା ପ୍ରତିପକ୍ଷ ଇଂଲଣ୍ଡର ମନୋବଳକୁ ଦୁର୍ବଳ କରିଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.