ଏସୀୟ କ୍ରୀଡା: ୪ ଗୁଣା ୪୦୦ ମିଟର ମହିଳା ଓ ୧୫୦୦ମିଟର ପୁରୁଷ ଦୌଡରେ ଭାରତକୁ ମିଳିଲା ଆଉ ଦୁଇଟି ସ୍ବର୍ଣ୍ଣ

Published By : Prameya-News7 Bureau | August 30, 2018 IST

ଭୁବନେଶ୍ବର୩୦|୮: ଏସୀୟ କ୍ରୀଡାରେ ଭାରତକୁ ଆଉ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ୧୫୦୦ ମିଟର ପୁରୁଷ ଦୌଡରେ ଏହି ପଦକ ଭାରତର ଜିନ୍‌ସନ ଜନ୍‌ସନ ହାସଲ କରିଛନ୍ତି। ସେହିଭଳି ୪ଗୁଣା ୪୦୦ ମିଟର ମହିଳା ଦୌଡରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ୪ଗୁଣା ୪୦୦ ମିଟର ଫାଇନାଲରେ ଭାରତ ପାଇଁ ହିମା ଦାସ, ପୁଭାମ୍ମା ମାଚେତିରା, ସରିତା ବେନ୍‌ ଗାଇକ୍ବାଡ୍‌ ଏବଂ ବିସ୍ମୟ କୋରଥ ଦୌଡୁଥିଲେ । ଏହି ଦୁଇଟି ସ୍ବର୍ଣ୍ଣ ସହ ଭାରତର ସ୍ବର୍ଣ୍ଣ ତାଲିକା ୧୨ ରେ ପହଂଚିଛି । ସେହିଭଳି ସମୁଦାୟ ପଦକ ସଂଖ୍ୟା ୫୭ରେ ପହଂଚିଛି । ଅଦ୍ୟାବଧି ଭାରତ ୧୨ଟି ସ୍ବର୍ଣ୍ଣ,  ୨୦ଟି ରୌପ୍ୟ ଏବଂ ୨୫ଟି କାଂସ୍ୟ ପଦକ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.