ଭାରତର ବୃହତ ବିଜୟ - ଇନିଂସ ଓ ୧୩୦ ରନ୍‌ରେରେ ବାଂଲାଦେଶକୁ ହରାଇଲା

Published By : Prameya-News7 Bureau | November 16, 2019 IST

ଇନ୍ଦୋର ୧୬।୧୧ -  ବାଂଲାଦେଶକୁ ଇନିଂସ ଓ ୧୩୦ ରନ୍‌ରେ  ହରାଇ ଦେଲା ଟିମ୍ ଇଣ୍ଡିଆ ।ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ବାଂଲା ବ୍ୟାଟସ୍ ମ୍ୟାନ୍ । ପ୍ରଥମ ଇନିଂସ୍‌ରେ ମାତ୍ର ୧୫୦ ରନ୍ କରିଥିବା ବାଂଲା ଟିମ୍‌ ଦ୍ବିତୀୟ ଇନିଂସରେ ୨୧୩ ରନ୍‌ କରିପାରିଥିଲା । ଏହି ବିଜୟ ସହ ଭାରତ ୧-୦ ରେ ଆଗରେ ରହିଥିବାବେଳେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ରେ ୩୦୦ ପଏଣ୍ଟ ସହ ବି ଆଗରେ ରହିଛି ।

ଭାରତୀୟ ବୋଲିଂ ଆଗରେ ଘାଇଲେ ହେଲେ ବାଂଲା ଟାଇଗର । ଇନିଂସ ଓ ୧୩୦ ରନ୍‌ରେ ବାଜି ମାରିଲା ବିରାଟ ବାହିନୀ । ବାଂଲାଦେଶ ବିପକ୍ଷ ଇନ୍ଦୋର ଟେଷ୍ଟରେ ଭାରତ ୩ ଦିନରେ ହିଁ ପ୍ରଥମ ଟେଷ୍ଟକୁ କବଜା କରିନେଇଛି । ସାମି ଓ ଅଶ୍ବିନୀଙ୍କ ବୋଲିଂ ଆଗରେ ପୂରା ଆତ୍ମସମର୍ପଣ କରିଥିଲା ବାଂଲାଦେଶ ଟିମ୍ । ଦ୍ବିତୀୟ ଇନିଂସ୍‌ରେ ମାତ୍ର ୬୯ ଓଭର ୨ ଟି ବଲ୍‌ ଖେଳି ୨୧୩ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲେ ବାଂଲା ବ୍ୟାଟସମ୍ୟାନ୍‌ । ବାଂଲା ପକ୍ଷରୁ ପ୍ରଥମ ଇିନଂସ୍‌ରେ ସର୍ବାଧିକ ୪୩ ରନ୍ କରିଥିବା ମୁସଫିକର ରହିମ୍‌ ଦ୍ବିତୀୟ ଇନିଂସ୍‌ରେ ବି ସର୍ବାଧିକ ୬୪ ରନ୍‌ କରିଥିଲେ । ସେହିଭଳି ମେହଦିହାସନ୍‌ ୩୮ ଓ ଲିଟନ୍ ଦାସ ୩୫ ରନ୍ କରିପାରିଥିଲେ ।  ଭାରତ ପକ୍ଷରୁ ପ୍ରଥମ ଇନିଂସ୍‌ରେ ସର୍ବାଧିକ ୩ ଟି ୱିକେଟ୍‌ ନେଇଥିବା ମହମ୍ମଦ ସାମି ଦ୍ବିତୀୟ ଇନିଂସ୍‌ରେ ବି କମାଲ୍ ଦେଖାଇ ୪ ଟି ୱିକେଟ୍‌ ନେଇଥିଲେ । ସେହିଭଳି ଅଶ୍ବିନୀ  ପ୍ରଥମ ଇନିଂସ୍‌ରେ ୨ ଟି ଓ ଦ୍ବିତୀୟ ଇନିଂସ୍‌ରେ ୩ଟି ୱିକେଟ୍‌ ନେଇଥିଲେ । ଉମେଶ ଯାଦବ ଓ ଇଶାନ୍ତ ଶର୍ମାଙ୍କୁ ଯଥାକ୍ରମେ ୨ ଟି ଓ ଗୋଟିଏ ୱିକେଟ୍‌ ମିଳିଥିଲା ।

ବାଂଲାଦେଶ ପ୍ରଥମ ଇନିଂସ୍‌ରେ ୧୫୦ ରନ୍‌ରେ ଅଲଆଉଟ୍ ହୋଇଥିଲା । ଭାରତ ତାର ପ୍ରଥମ ଇନିଂସ୍‌ରେ ମୟଙ୍କ ଅଗ୍ରୱାଲ ୨୪୩ ରନ୍‌, ରାହାଣେଙ୍କ ୮୬, ଜାଡେଜାଙ୍କ ୬୦ ଓ ପୂଜାରାଙ୍କ ୫୪ ରନ୍ ସହାୟତାରେ ୬ ୱିକେଟ୍‌ ହରାଇ ୪୯୩ ରନ୍‌ କରିବା ପରେ ଇନିଂସ୍‌ ଘୋଷଣା କରିଥିଲା ।ଡବଲ୍ ଟନ୍ କରିଥିବା ମୟଙ୍କ ଅଗ୍ରୱାଲ୍ ପ୍ଲେୟାର ଅଫ ଦି ମ୍ୟାଚ୍‌ ହୋଇଥିଲେ । ଏହି ବିଜୟ ସହ ଭାରତ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ରେ ଏବେ ୧-୦ ରେ ଆଗୁଆ ଅଛି । ଭାରତ ଲଗାତାର ୬ଟି ଟେଷ୍ଟ ଜିତି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ  ୩୦୦ ପଏଣ୍ଟ ସହ ଶୀର୍ଷରେ ରହିଛି । ଦ୍ବିତୀୟ ଟେଷ୍ଟ ଆସନ୍ତା ୨୨ରେ କୋଲକାତାରେ ଖେଳାଯିବ । ଭାରତ ପ୍ରଥମ ଥର ପାଇଁ ଡେ ନାଇଟ୍ ଟେଷ୍ଟ ଖେଳିବାକୁ ଯାଉଛି । ଏହି ଦିବାରାତ୍ର ଟେଷ୍ଟ ପିଙ୍କ୍‌ ବଲ୍‌ରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.