Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଟି-୨୦ ବିଶ୍ଵ କପ୍ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଚମକିଲେ ଇଶାନ-ରାହୁଲ, ଇଂଲଣ୍ଡକୁ ୭ ଓ୍ଵିକେଟ୍‌ରେ ହରାଇଲା ଭାରତ

18/10/2021 at 11:10 PM

ଦୁବାଇ ୧୮।୧୦: ଟି-୨୦ ବିଶ୍ଵ କପ୍ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଚମକିଲେ  ଭାରତୀୟ ବ୍ୟାଟସମ୍ୟାନ। ଇଶାନ କିଶନ ଏବଂ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଦଳ ପକ୍ଷରୁ ବେୟାରଷ୍ଟୋ ୪୯ ଓ ମୋଇନ ଅଲ୍ଲୀ ଅପରାଜିତ ୪୩ ରନ କରିଥିଲେ। ଜବାବରେ ଭାରତ ଇଶାନ କିଶନ (୭୦ ରିଟାୟର୍ଡ ହଟ୍) ଓ କେଏଲ ରାହୁଲଙ୍କ ୫୧ ରନ ବଳରେ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। ଋଷଭ ପନ୍ତ ୨୯ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନରେ ଅପରାଜିତ ଥିଲେ। ଅଧିନାୟକ ବିରାଟ କୋହଲି ୧୧ ରନ କରିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ସର୍ବାଧିକ ୪୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିୟାମ ଲିଭିଙ୍ଗଷ୍ଟୋନ ୩୦,  ମୋଇନ ଅଲ୍ଲୀ ଦ୍ରୁତ ଅପରାଜିତ ୪୩ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇଛନ୍ତି। ଯଶପ୍ରୀତ ବୁମରା ଓ ରାହୁଲ ଚହର ପ୍ରତ୍ୟେକଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। ହେଲେ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଯଶପ୍ରୀତ ବୁମରାଙ୍କୁ ବାଦ୍ ଦେଲେ ବାକି ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

   Related Posts