Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଚମକିଲେ ଯୁବ ବାହିନୀ, ଶ୍ରୀଲଙ୍କାକୁ ମାତ୍ ଦେଇ ସହଜରେ ପ୍ରଥମ ଦିନିକିଆ ଜିତିଲା ଭାରତ

18/07/2021 at 10:11 PM

କଲୋମ୍ବୋ ୧୮।୦୭: ପଦାର୍ପଣ ମ୍ୟାଚ୍‌ରେ ଛାଇଲେ ଇଶାନ କିଶନ ଓ ଅଧିନାୟକତ୍ଵ ଇନିଂସ ଖେଳିଲେ ଶିଖର ଧାଓ୍ଵନ। ଚମକିଲେ କୋଚ୍ ରାହୁଲ ଦ୍ରାବିଡ ଓ ଶିଖର ଧାଓ୍ଵନଙ୍କ ନେତୃତ୍ଵାଧୀନ ଯୁବ ବାହିନୀ। ପ୍ରଥମ ଦିନିକିଆରେ ଦେଖାଇଲେ ନିଜର ଦମ ଏବଂ ସହଜରେ ଘରୋଇ ଶ୍ରୀଲଙ୍କାକୁ ଦେଲେ ମାତ୍।  ଏକତରଫା ମ୍ୟାଚ୍‌ରେ ଶିଖର ଧାଓ୍ଵନଙ୍କ ଅଧିନାୟକ ଇନିଂସ ଏବଂ ଇଶାନ କିଶନଙ୍କ ପଦାର୍ପଣ ଅର୍ଦ୍ଧଶକ ଦମରେ ଭାରତ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୯ ଓ୍ଵିକେଟ୍‌ରେ ୨୬୨ ରନ କରିଥିଲା। ଜବାବରେ ଭାରତ ଶିଖର ଧାଓ୍ଵନଙ୍କ ଅପରାଜିତ ୮୬ ରନ, ଇଶାନ କିଶନଙ୍କ ୫୯ ଓ ପୃଥ୍ଵୀ ଶଙ୍କ ୪୩ ରନ ବଳରେ ୩୬.୪ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସୂର୍ଯ୍ୟକୁମାର ଯାଦବ ୩୧ ରନର ଦ୍ରୁତ ଅପରାଜିତ ଇନିଂସ ଖେଳିଛନ୍ତି। ପ୍ରଥମ ଦିନିକିଆରେ କୁଲଦୀପ-ଚହଲ ଯୋଡି ମଧ୍ୟ ଚମକିଛନ୍ତି। ଦ୍ଵିତୀୟ ଦିନିକିଆ ଜୁଲାଇ ୨୦ରେ ଖେଳାଯିବ।

ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ପୃଥ୍ଵୀ ଶ ଓ ଅଧିନାୟକ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ପୃଥ୍ଵୀ ଶ କ୍ରିଜକୁ ଓହ୍ଲାଇବା ମାତ୍ରେ ଟି-୨୦  ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୨୪ ବଲ୍‌ରୁ ୯ ଚୌକା ସହ ୪୩ ରନ କରି ବିଦାୟ ନେଇଥିଲେ।  ଦୁଇ ଓପନର ପ୍ରଥମ ଓ୍ଵିକେଟ୍‌ରେ ୫.୩ ଓଭରରେ ୫୮ ରନ ଯୋଡିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଇଶାନ କିଶନ ଶୋ। ପଦାର୍ପଣ ମ୍ୟାଚ୍‌ରେ ଛାଇଗଲେ ଏହି ଝାଡଖଣ୍ଡର ବ୍ୟାଟସମ୍ୟାନ। ଦ୍ରୁତ ବ୍ୟାଟିଂ କରି ୩୩ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦ୍ଵିତୀୟ ଓ୍ଵିକେଟ୍‌ରେ ଇଶାନ କିଶନ ଓ ଶିଖର ଧାଓ୍ଵନ ୮୫ ରନ ଯୋଡି ଭାରତର ବିଜୟ ଆଶାକୁ ମଜବୁତ କରିଥିଲେ। ଇଶାନ କିଶନ ୪୨ ବଲ୍‌ରୁ ୮ ଚୌକା ଓ ୨ ଛକା ସହ ୫୯ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଶିଖର ଧାଓ୍ଵନ କ୍ରିଜରେ ଜମି ରହି ଅଧିନାୟକ ଇନିଂସ ଖେଳିଥିଲେ।

ଇଶାନଙ୍କ ପରେ ମନୀଷ ପାଣ୍ଡେ ୨୬ ରନ କରିଥିଲେ। ସେ ଧାଓ୍ଵନଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୬୨ ରନ ଯୋଡିଥିଲେ। ଅନ୍ୟପଟେ ଶିଖର ଧାଓ୍ଵନ ଦିନିକିଆରେ ୩୨ ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ସାଥି କରି ଶିଖର ଧାଓ୍ଵନ  ଭାରତକୁ ବିଜୟୀ କରାଇଥିଲେ। ଧାଓ୍ଵନ ୯୫ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୮୬ ରନର ଅପରାଜିତ ରହିଥିଲେ। ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ୨୦ ବଲ୍‌ରୁ ୫ ଚୌକା ସହ ୩୧ ରନରେ ଅପରାଜିତ ଥିଲେ।  ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଭାରତ ୩୬.୪ ଓଭରରେ ଏକତରଫା ଭାବେ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି।

ଶ୍ରୀଲଙ୍କା ଇନିଂସ

ଏହା ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଅବିଷ୍କା ଫର୍ଣ୍ଣାଡୋ ଓ ମିନୋଦ ଭାନୁକା ପ୍ରଥମ ଓ୍ଵିକେଟ୍‌ରେ ୪୯ ରନ ଯୋଡି ଦଳକୁ ଭଲ ଆରମ୍ଭ ଦେଇଥିଲେ। ୟୁଜବେନ୍ଦ୍ର ଚହଲ  ଅବିଷ୍କା ଫର୍ଣ୍ଣାଡୋ (୩୨)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଶ୍ରୀଲଙ୍କା ବ୍ୟାଟସମ୍ୟାନ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ଇନିଂସ ଖେଳି ପାରିନଥିଲେ। ଭାନୁକା ରାଜପକ୍ଷେ ୨୪ ରନରେ କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ବିନୋଦ ଭାନୁକା(୨୭) କୁଲଦୀପଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

ଧନଞ୍ଜୟ ଡି ସିଲଭା(୧୪) କୃଣାଲଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ୧୧୭ରେ ୪ ଓ୍ଵିକେଟ୍ ପରେ ମଧ୍ୟ କ୍ରମରେ ଚରିତ ଅସାଲଙ୍କା ଓ ଅଧିନାୟକ ଦାସୁନ ଶନାଙ୍କା ଇନିଂସ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍‌ରେ ୪୯ ରନ ଯୋଡି ଦଳରେ ସ୍ଥିତି ସୁଧାରିଥିଲେ। ହେଲେ ଭଲ  ଆରମ୍ଭ ପାଇଥିଲେ ମଧ୍ୟ ଦୁଇ ବ୍ୟାଟସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଦୀପକ ଚହର ଚରିଥ ଅସାଲଙ୍କା(୩୮)  ଓ ଦାସୁନ ଶଲାଙ୍କା(୩୯)ଙ୍କୁ ଆଉଟ୍ କରି ଶ୍ରୀଲଙ୍କାକୁ ଝଟକା ଦେଇଥିଲେ।

ଶେଷ ଆଡକୁ ଚମିକା କରୁଣାରତ୍ନେ ସଂଘର୍ଷ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ସେ ଦୁଷ୍ମନ୍ତ ଚମିରାଙ୍କ ସହ ନବମ ଓ୍ଵିକେଟ୍‌ରେ ୪୦ ରନର ମହତ୍ଵପୂର୍ଣ୍ଣ ରନ ଯୋଡିଥିଲେ। ଫଳରେ ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୨୬୨ ରନର କରିଛି। କରୁଣାରତ୍ନେ ଦ୍ରୁତ ବ୍ୟାଟିଂ କରି ୩୫ ବଲ୍‌ରୁ ୧ ଚୌକା ଓ ୨ ଛକା ସହ ୪୩ ରନ ଅପରାଜିତ ଇନିଂସ ଖେଳିଛନ୍ତି। ମଧ୍ୟ କ୍ରମରେ ଶ୍ରୀଲଙ୍କାର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ କୃଣାଲ ପାଣ୍ଡ୍ୟା।

ଭାରତ ପକ୍ଷରୁ ଦୁଇ ବର୍ଷ ପରେ ଏକାଠି ଖେଳୁଥିବା କୁଲଚା ଯୋଡି କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଭଲ ବୋଲିଂ କରି ୨-୨ ଓ୍ଵିକେଟ୍ ନେଇଛନ୍ତି। ଦୀପକ ଚହରଙ୍କୁ ମଧ୍ୟ ୨ଟି ସଫଳତା ମିଳିଛି। ହେଲେ ଉପ ଅଧିନାୟକ ତଥା ସବୁଠୁ ଅନୁଭବୀ ବୋଲର ଭୁବନେଶ୍ଵର କୁମାର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। କୃଣାଲ ପାଣ୍ଡ୍ୟା ଶାଣିତ ବୋଲିଂ କରି ୧୦ ଓଭରରେ ମାତ୍ର ୨୬ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଦୀର୍ଘ ସମୟ ପରେ ବୋଲିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୋଟିଏ ଓ୍ଵିକେଟ୍ ପାଇଛନ୍ତି।

   Related Posts