Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଦିନିକିଆର ପ୍ରତିଶୋଧ ନେଲା ଭାରତ, କଙ୍ଗାରୁକୁ ୬ ଓ୍ଵିକେଟ୍‌ରେ ମାତ୍ ଦେଇ ଜିତିଲା ଟି-୨୦ ସିରିଜ୍

6/12/2020 at 5:16 PM

ସିଡନୀ ୦୬।୧୨: ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ନେଲା ଭାରତ। ବ୍ୟାଟସମ୍ୟାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ସିଡନୀରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ଜିତି ନେଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଦଳ ୨-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ମାଥ୍ୟୁ ଓ୍ଵାଦେଙ୍କ ୫୮ ରନ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ୪୬ ରନ ଇନିଂସ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୪ ରନ କରିଥିଲା। ଜବାବରେ ଶିଖର ଧାଓ୍ଵନଙ୍କ ୫୨ ରନ, ବିରାଟ କୋହଲିଙ୍କ ୪୦ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅପରାଜିତ ୪୨ ରନ ଇନିଂସ ବଳରେ ଭାରତ ୨ଟି ବଳକା ଥାଇ ୬ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ଭାରତ କ୍ରମାଗତ ୧୦ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି। ଆସନ୍ତା ୮ ତାରିଖରେ ସିଡନୀର ଶୃଙ୍ଖଳାର ଅନ୍ତିମ ମୁକାବିଲା ଖେଳାଯିବ।

୧୯୫ ରନର ବିଶାଳ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ଲୋକେଶ ରାହୁଲ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୫.୨ ଓଭରରେ ୫୬ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ହେଲେ ଏହି ସ୍କୋରରେ କେଏଲ ରାହୁଲ ୨୨ ବଲରୁ ୨ ଚୌକା ଓ ୧ ଛକା ସହ ୩୦ ରନରେ ଆଉଟ୍ ହୋଇଥିଲେ।

ଶିଖର ଧାଓ୍ଵନ ଦମଦାର ବ୍ୟାଟିଂ କରି ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। ଧାଓ୍ଵନ ଓ କୋହଲି ଦ୍ଵିତୀୟ ଓ୍ଵିକେଟ୍‌ରେ ୩୯ ରନ ଯୋଡିଥିଲେ। ୯୬ ରନ ସ୍କୋରରେ ଶିଖର ଧାଓ୍ଵନ ଆଉଟ୍ ହୋଇଥିଲେ। ସେ ୩୬ ବଲରୁ ୪ ଚୌକା ଓ ୨ ଛକା ସହ ୫୨ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ସଞ୍ଜୁ ସାମସନ ଦ୍ରୁତ ବ୍ୟାଟିଂ କରି ୧୫ ରନ କରି ପାଭିଲିୟନ ଫେରିଥିଲେ।

ଅଧିନାୟକ ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ଆବଶ୍ୟକ ରନ ସଂଗ୍ରହ କରି ଚାଲିଥିଲେ। କୋହଲି ୨୪ ବଲରୁ ୨ ଚୌକା ଓ ୨ ଛକା ସହ ୪୦ ରନର ଦ୍ରୁତ ଇନିଂସ ଖେଳିଥିଲେ। ୧୪୯ ରନରେ ୪ ଓ୍ଵିକେଟ୍ ହରାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟରଙ୍କ ଉପରେ ଦଳର ବିଜୟ ନିର୍ଭରଶୀଳ ଥିଲା। ଶେଷ ଚାରି ଓଭରରେ ଓଭର ପିଛା ୧୨ ରନ ଆବଶ୍ୟକ ଥିଲା। କ୍ରିଜ୍‌କୁ ଆସିବା ମାତ୍ରେ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ।

ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୨ ବଲରୁ ୩  ଚୌକା ଓ ୨ ଛକା ସହ ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍  ହରାଇ ୧୯୫ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆୟର ୫ ବଲରୁ ୧୨ ରନ କରି ଅପରାଜିତ ଥିଲେ।

ଅଷ୍ଟ୍ରେଲିଆ ତରଫରୁ ଆଡମ ଜାମ୍ପା, ଡାନିଏଲ ସାମ୍ସ ଓ ମିଚେଲ ସ୍ଵେପସନ ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts