ପଞ୍ଚମ ଦିନିକିଆରେ ଭାରତ ବିଜୟ ହାସଲ କରି ସିରିଜ୍ କବ୍‌ଜା

Published By : Prameya-News7 Bureau | November 02, 2018 IST

ଥିରୁବନ୍ତପୁରମ୍ ୧|୧୧: ଭାରତୀୟ ବୋଲରଙ୍କ ଆଗରେ ସରେଣ୍ଡର କଲା ଓ୍ୱେଷ୍ଟଇଣ୍ଡିଜ ଟିମ୍ । ଭାରତୀୟ ଟିମ୍ ୯ ଓ୍ୱିକେଟରେ ଜିତିବା ସହ ଓ୍ୱାନ୍‌ଡେ ସିରିଜ ୩-୧ ରେ କବ୍‌ଜା କରିଛି । ଥିରୁବନ୍ତପୁରମରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଦିନିକିଆ ଓ୍ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୩୧ ଓଭର ୫ଟି ବଲରେ ୧୦୪ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ଲକ୍ଷକୁ ଭାରତୀୟ ଦଳ ମାତ୍ର ଗୋଟିଏ ଓ୍ୱିକେଟରେ ୧୪ ଓଭର ୫ଟି ବଲରେ ୧୦୫ରନ କରି ଲକ୍ଷସ୍ଥଳରେ ପହଞ୍ଚି ଯାଇଥିଲା । ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଅପରାଜିତ ସର୍ବାଧିକ ୬୩ ରନ କରିଥିବା ବେଳେ କୋହଲି ୩୩ ରନ କରିଥିଲେ । ଧାଓ୍ୱନ ମାତ୍ର ୬ରନ କରି ଆଉଟ ହୋଇଥିଲେ । ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୪ଟି ଉଇକେଟ୍ ନେଇଥିବା ବେଳେ ବୁମରାହ ଏବଂ ଖଲିଲ ୨ଟି ଲେଖାଏଁ ଉଇକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.