ଭାରତୀୟ କ୍ରିକେଟ ଦଳର ସେହି ଅଧିନାୟକ, ଯାହାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଥିଲା ହାଟ୍ରିକ୍ ବିଜୟ

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ, ୦୧|୦୪:    ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଅଜିତ ଓ୍ୱାଡେକର କ୍ରିକେଟ ଇତିହାସରେ ଅନେକ ଯୋଗଦାନ ଦେଇଛନ୍ତି । ଆଜି ଅଜିତ ଜନ୍ମଗ୍ରହଣ କରିଥିଲେ । ଏପ୍ରିଲ ୧, ୧୯୪୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ବେଳେ ୨୦୧୮ରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ।

ସେ ଭାରତକୁ ଲଗାତାର ତିନୋଟି ଟେଷ୍ଟ୍ ସିରିଜ ଜିତାଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟଇଣ୍ଡିଜକୁ ୧୦୭୦ରେ, ୧୯୭୧ରେ ଇଂଲଣ୍ଡ ଓ ୧୯୭୨ରେ ପୁଣିଥିରେ ଇଂଲଣ୍ଡକୁ ପରାଜିତ କରିଥିଲା । ୧୯୭୧ରେ ଭାରତ ଇଣ୍ଡିଜ ବିରୋଧରେ ବିଜୟୀ ହୋଇ ଭ୍ରମଣକାରୀ ଦଳ ଭାବେ ପ୍ରଥମ ସିରିଜ ବିଜୟୀ ହୋଇଥିଲା ।

ଇଂଲଣ୍ଡକୁ ନିଜ ମାଟିରେ ପ୍ରଥମ ଥର ହରାଇଥିଲେ

୧୯୭୧ ଜୁଲାଇ ଓ ଅଗଷ୍ଟରେ ଭାରତ ଇଂଲଣ୍ଡ ଗସ୍ତରେ ଯାଇ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା । ଅଜିତଙ୍କ ନେତୃତ୍ୱରେ ଭାରତ  ସିରିଜର ଶେଷ ମ୍ୟାଚ ୪ ଓ୍ୱିକେଟରେ ଜିତିଥିଲା । ଏହାସହ ଇଂଲଣ୍ଡକୁ ପ୍ରଥମ ଥର ପାଇଁ ତାହାରି ମାଟିରେ ପରାସ୍ତ କରିଥିଲା ।

ଅଜିତଙ୍କ ବିଷୟରେ କିଛଛି ଅଜଣା କଥା-

୧-ଅଜିତ ୧୯୯୨ରୁ ୯୬ ମଧ୍ୟରେ ଭାରତୀୟ ଦଳର କୋଚ୍ ରହିଥିଲେ । ସେହି ସମୟରେ ଆଦହାରଦ୍ଦୁଦୀନଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡ ବିରୋଧରେ ୩-୦ରେ ଟେଷ୍ଟ ସିରିଜ ଜିତିଥିଲା ।

୨-ସେ ୩୭ଟି ଟେଷ୍ଟରେ ୩୧.୦୭ ଆଭରେଜରେ ୨,୧୧୩ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୪ଟି ଅର୍ଧଶତକ ସାମିଲ ରହିଛି ।

୩-ସେ ୨୩୭ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୪୭.୦୩ ଆଭରେଜରେ ୧୫୩୮୦ ରନ କରିଛନନ୍ତି । ଏଥିରେ ୩୬ଟି ଶତକ ଓ ୮୪ଟି ଅର୍ଧଶତକ ସାମିଲ ରହିଛି ।

୪- ଭାରତ ସରକାର ୧୯୬୭ରେ ଅଜିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.