2nd T-20 : ୭ ଓ୍ବିକେଟ୍‌ରେ ଶ୍ରୀଲଙ୍କାକୁ ମାତ୍ ଦେଲା ବିରାଟ ବାହିନୀ, ୧-୦ରେ ସିରିଜ୍ ଆଗୁଆ

Published By : Prameya-News7 Bureau | January 08, 2020 IST

ଇନ୍ଦୋର ୮।୧: ଇନ୍ଦୋରରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତର ଦମଦାର ବିଜୟ । ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଇନିଂସ ଆରମ୍ଭ କରିଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୯ ୱିକେଟ୍ ହରାଇ ୧୪୨ ରନ୍ କରିପାରିଥିଲା । ଭାରତ ଆଗରେ ଜିତିବାକୁ ୧୪୩ ରନ୍ ର ଟାର୍ଗେଟ୍ ଦେଇଥିଲା ।

୧୪୩ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଦମଦାର ଢଙ୍ଗରେ ଭାରତ ଇନିଂସ ଆରମ୍ଭ କରିଥିଲା । ଧାୱନ-ରାହୁଳ ଓପନିଂ ଯୋଡି ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରି ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ।

ଭାରତ ପକ୍ଷରୁ କେ.ଏଲ. ରାହୁଲ ୩୨ଟି ବଲରେ ୬ଟି ଚୌକା ସହ ସର୍ବାଧିକ ୪୫ ରନ୍ କରିଥିଲେ । ଶିଖର ଧାୱନ୍ ୩୨, ଶ୍ରେୟସ୍ ଆୟାର ୩୪, ବିରାଟ କୋହଲି ୩୦ ରନ୍ କରିଥିଲେ । ଆୟାର ୩୪ ରନ୍‌ରେ ଆଉଟ୍ ହୋଇଯାଇଥିଲେ । ତେବେ କୋହଲି ୩୦ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

୩ ଟିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର ଶେଷ ମ୍ୟାଚ୍ ପୁନେରେ ଆସନ୍ତା ୧୦ତାରିଖରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.