ଆଜିର ଦିନରେ ୨୮ ବର୍ଷ ପରେ ଇତିହାସ ରଚିଥିଲା ଟିମ୍ ଇଣ୍ଡିଆ, ଧୋନୀଙ୍କ ଛକାରେ ଭାରତ ହୋଇଥିଲା ବିଶ୍ୱ ଚାମ୍ପିଅନ

Published By : Prameya-News7 Bureau | April 02, 2020 IST

ମୁମ୍ବାଇ, ୦୨|୦୪: ଭାରତ ଆଜିର ଦିନରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଉପରେ କବଜା କରିଥିଲା । ୧୯୮୩ରେ ପ୍ରଥମ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ଭାରତ ଦୀର୍ଘ ୨୮ ବର୍ଷ ପରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ପୁନର୍ବାର ବିଶ୍ୱବିଜେତା ହୋଇ ଇତିହାସ ରଚିଥିଲା । ଏହାସହ ଅଷ୍ଟ୍ରେଲିଆ ଓ ଓ୍ୱେଷ୍ଟଇଣ୍ଡିଜ ପରେ ତୃତୀୟ ଦଳ ଭାବେ ସର୍ବାଧିକ ଥର ବିଶ୍ୱକପ ଜିତିବାର ରେକର୍ଡଡ ମଧ୍ୟ ହାସଲ କରିଥିଲା ।

{"id":247793,"width":759,"height":427,"sizeSlug":"large"}

୨୦୧୧ ବିଶ୍ୱକପ ଫାଇନାଲ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମହେଲା ଜୟବର୍ଧନେଙ୍କ ୧୦୩ରନ ବଳରେ ୨୭୪ ରନ କରିଥିଲା । ୨୭୫ ରନର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଦୁଇଟି ବଡ ଝଟକା ଲାଗିଥିଲା । ଦଳର ସ୍କୋର ମାତ୍ରା ୩୧ ରନ ହୋଇଥିବା ବେଳେ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ୱାଗ ପ୍ୟାଭିଲିୟନ ଫେରିଥିଲେ । ଗୋଟିଏ ସମୟ ଏପରି ଥିଲା ଯେତେବେଳେ ଭାରତ ୧୧୪ ରନରେ ୩ଟି ଓ୍ୱିକେଟ ହରାଇସାରିଥିଲା । ଓପନର ଗୌତମ ଗମ୍ଭୀର କ୍ରିଜରେ ଥିଲେ । ଅଧିନନାୟକ ଧୋନୀ ତାଙ୍କ ସହ ଯୋଗ ଦେଇଥିଲେ । ସେ ଆକର୍ଷଣୀୟ ପାଳି ଖେଳି ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିଲେ ।

wp:core-embed/twitter {"url":"https://twitter.com/BCCI/status/1112958915778674695?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1112958915778674695\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fafter-28-years-india-won-the-world-cup-on-this-day-tspo-1-1176883.html","type":"rich","providerNameSlug":"twitter","className":""}
https://twitter.com/BCCI/status/1112958915778674695?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1112958915778674695&ref_url=https%3A%2F%2Faajtak.intoday.in%2Fsports%2Fstory%2Fafter-28-years-india-won-the-world-cup-on-this-day-tspo-1-1176883.html
/wp:core-embed/twitter

ଧୋନୀ ଗମ୍ଭୀରଙ୍କ ସହ ମିଶି ୧୦୯ ରନର ପାର୍ଟନରସିପ୍ କରିଥିଲେ । ଗମ୍ଭୀର ୯୭ରନର ଇନିଂସ ଖେଳିଥିଲେ । ଧୋନୀ ୭୯ ବଲରେ ୯୧ ରରନ କରିଥିଲେ । ଶେଷରେ ଛକା ମାରରି ଦଳକୁ ଚାମ୍ପିଅନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.