ଆଣ୍ଠୁ ପାଇଁ ଅଟକି ଗଲେ ସୁନୀତା ଲାକ୍ରା , ଅନ୍ତର୍ଜାତୀୟ ହକିରୁ ନେଲେ ଅବସର…କହିବା ବେଳେ କାନ୍ଦି ପକାଇଲେ ୨୦୧୮ ଏସିୟାନ ଚାମ୍ପିୟନସିପ୍‌ର ରୌପ୍ୟ ବିଜୟିନୀ

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୦୨।୦୧- ଭାରତୀୟ  ମହିଳା ହକି ଦଳର ଡିଫେଣ୍ଡର ସୁନୀତା ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର  ନେଇଛନ୍ତି । ଆଣ୍ଠୁ  ଯନ୍ତ୍ରଣା କାରଣରୁ ସେ ଇଣ୍ଟରନ୍ୟାସନାଲ ହକିରୁ ଅବସର ନେଉଥିବା ଘୋଷଣା କରିଛନ୍ତି ।୨୦୧୮ ଏସିଆ କପ୍ରେ ସୁନୀତା ଲାକ୍ରାଙ୍କ ଅଧିନାୟକତ୍ୱରେ ଭାରତୀୟ ମହିଳା ହକି ରୌପ୍ୟ ପଦକ ଜିତିଥିଲା । କିନ୍ତୁ ଆଣ୍ଟୁ ଯନ୍ତ୍ରଣା ଯୋଗୁଁ  ସେ ଆନ୍ତର୍ଜାତୀୟ ହକିରୁ ଅବସର ନେବାକୁ ବାଧ୍ୟ ହେଉଥିବା ଘୋଷଣା କରିଛନ୍ତି ସୁନୀତା । ଏହା କହିବା ବେଳେ ହକି ସହ ତାଙ୍କର ସଂପର୍କ ନେଇ କହିବା ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ଓଡ଼ିଶାର ରାଜଗାଙ୍ଗପୁରର ଏହି ହକି ତାରକା। 

wp:core-embed/twitter {"url":"https://twitter.com/SjoerdMarijne/status/1212675372980035585","type":"rich","providerNameSlug":"twitter","className":""}
https://twitter.com/SjoerdMarijne/status/1212675372980035585
/wp:core-embed/twitter

ଭାରତୀୟ ମହିଲା ହକି ଦଳର ପୂର୍ବତନ ଅଧିନାୟୀକା ୨୮ ବର୍ଷୀୟା ସୁନୀତା ଲାକ୍ରା ରାଜଗାଙ୍ଗପୁରର ବାସିନ୍ଦା । ମାତ୍ର ୬ ବର୍ଷ ବୟସରେ ସେ ହକି ଖେଳ ଆରମ୍ଭ କରିଥିଲେ । ତାଙ୍କ ଚାଷୀ ବାପା ଥିଲେ ଜଣେ ବ୍ୟତିକ୍ରମ । ତାଙ୍କ ଅଞ୍ଚଳର ପୁଅ-ଝିଅ ମାନେ ଫୁଟବଲ ଖେଳ ଆରମ୍ଭ କରୁଥିବା ବେଳେ ,ଝିଅକୁ ହକି ଖେଳ ପ୍ରତି ଆଗ୍ରହୀ କରାଥିଲେ ସେ ।ରାଉରକେଲା ସ୍ଥିତ ସାଇ ହଷ୍ଟେଲରେ ଆଡମିଶନ ସହ ହକି ଖେଳର ତାଲିମ ନେଇଥିଲେ ସୁନୀତା । ୨୦୦୯ରେ ସେ ଅନ୍ତର୍ଜାତୀୟ ହକି ରେ ପାଦ ଥାପି ଥିଲେ ।

{"id":205913,"width":579,"height":532,"sizeSlug":"large"}

ସେହି ଦିନଠାରୁ ଅବସର ପର୍ଯ୍ୟନ୍ତ ସୁନୀତା ଭାରତୀୟ ମହିଳ ହକି ଦଳର ମେରୁଦଣ୍ଡ ଭଳି ଥିଲେ ।ସେ ୧୩୯  ମ୍ୟାଚ୍ ଖେଳିଥିବା ବେଳେ ୨୦୧୮ ଏସିଆନ୍ ଚାମ୍ପିୟନସିପ୍ ଟ୍ରଫିରେ  ଭାରତକୁ ଦ୍ୱିତୀୟ ସ୍ଥାନକୁ ନେବା ତାଙ୍କର ସବୁଠୁ ବଡ କ୍ରେଡିଟ କୁହାଯାଏ । ଏହା ପୂର୍ବରୁ ୨୦୧୪ ଏସୀଆନ ଗେମ୍ସରେ  ବ୍ରଞ୍ଜ ପଦକ ବିଜୟୀ ଭାରତୀୟ ମହିଳା ହକି ଦଳରେ ସେ ଥିଲେ ଜଣେ ପ୍ରମୂଖ ଖେଳାଳି  । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଭାରତୀୟ ଦଳରେ ଥିଲେ । ଏଥିପାଇଁ ନିଜକୁ ବଗ୍ୟବାନ ମଣୁତିବା ସୁନୀତା ଲାକ୍ରା  ଟୋକିଓ ଅଲମ୍ପିକ୍ସରେ ବି ଖେଳିବାର ଆଶା ରଖିଥିଲେ । କିନ୍ତୁ ତାଙ୍କ ଆଣ୍ଠୁ  ଯନ୍ତ୍ରଣା ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଲା ବୋଲି  କହିଛନ୍ତି ସୁନୀତା । କାରଣ ତାଙ୍କ ଆଣ୍ଠୁରେ ପୁଣିଥରେ ଅସ୍ତ୍ରୋପଚାର ହେବ ।

{"id":205911,"sizeSlug":"large"}

 ଭାରତୀୟ ହକି ଦଳରୁ ଅବ୍ୟାହତି ସହ ଭାରତୀୟ ଟିମ୍, ଟିମ୍ ମ୍ୟାନେଜମେଣ୍ଟ , ହକି ଇଣ୍ଡିଆ, ଦଲର ମୁକ୍ୟ କୋଚ୍ ସଜୋଏର୍ଡ ମାରିଜନେ ଏବଂ ସହ ଖେଳାଳି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କୁ ଦଳ ଦେଇଥିବା  ସମର୍ଥନ, ଅସ୍ତ୍ରେପଚାର ଏବଂ ଚିକିତ୍ସାରେ ସହାୟତା ଇତ୍ୟାଦି ଲାଗି ସେ ଅବସର ସମୟର ଜାରି ବବୃତ୍ତିରେ କୃତଜ୍ଞତା ଜଣାଇଛନ୍ତି । ଏହା ସହ ସେ ତାଙ୍କୁ ସମର୍ଥ ସହ ପ୍ରୋତ୍ସାହୀତ କରିଥିବା ତାଙ୍କ ପରିବାର, ପୋଲିସ ସେବାରେ ଥିବା ସ୍ବାମୀ ଦୀପକ ଟପ୍ପୋ ଏବଂ ଓଡ଼ିଶା ସହ ସାରା ଦେଶର ହକିପ୍ରେମୀ ପ୍ରଶଂସକଙ୍କୁ ବି ଧନ୍ୟବାଦ ଦେଇଛନ୍ତି ।

{"id":205912,"width":574,"height":321,"sizeSlug":"large"}

ତେବେ ଅବସର ପରେ ବି ସେ ତାଙ୍କୁ କର୍ମନିଯୁକ୍ତି ଦେଇଥିବା ନାଲକୋ ପାଇଁ ଖେଳ ଜାରି ରଖିବେ ବୋଲି କହିଛନ୍ତି । ସୁନୀତାଙ୍କ ଅବସର ଘୋଷଣାରେ ପ୍ରତିକ୍ରିୟା ରଖିଛନ୍ତି ସଜୋଏର୍ଡ ମାରିଜନେ । ସେ ଟ୍ୱିଟ୍ କରି ସୁନୀତାଙ୍କୁ ଜଣେ ମହାନ ଖେଳାଳି ବୋଲି ଦର୍ଶାଇଛନ୍ତି । ସେ ଲେଖିଛନ୍ତି ସୁନୀତାଙ୍କ ପ୍ରଶଂସନୀୟ କ୍ୟାରିୟର, ତାଙ୍କ ବ୍ୟକ୍ତିତ୍ୱ ଏବଂ ହକି ପ୍ରତି ନିଷ୍ଠା ଅନ୍ୟ ଖେଳାଳିଙ୍କ ପାଇଁ ଉଦାହରଣ ହୋଇ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.