ଏସୀୟ କ୍ରୀଡା : ଜାପାନଠୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେଲା ଭାରତୀୟ ମହିଳା ହକି ଟିମ୍

Published By : Prameya-News7 Bureau | August 31, 2018 IST

ଜାକର୍ତ୍ତା  ୧|୯:   ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍ ଜାପାନଠୁ ପରାସ୍ତ ହୋଇଛି । ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ରେ ଭାରତ ଜାପାନ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଛି । ଜାପାନ ୨-୧ରେ ମ୍ୟାଚ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ଖେଳାଳିମାନେ ସ୍ବର୍ଣ୍ଣ ପଦକ ପାଇଁ ବହୁ ସଂଘର୍ଷ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଜାପାନ ୧୧ ମିନିଟରେ ପେନାଲ୍ଟି କର୍ଣ୍ଣର ବଳରେ ପ୍ରଥମ ଗୋଲ ଦେଇ ଭାରତ ବିପକ୍ଷରେ ୧-୦ରେ ଅଗ୍ରଣି ଥିଲା । ଭାରତୀୟ ଖେଳାଳି ନେହା ଗୋୟଲ ୨୫ ମିନିଟରେ ଜାପାନ ବିରୋଧରେ ଗୋଲ ଦେଇ ୧-୧ କରିଥିଲେ । ଜାପାନ ୪୪ ମିନିଟରେ ଭାରତ ବିପକ୍ଷରେ ଦ୍ବିତୀୟ ଗୋଲ ଦେଇଥିଲା । ସେପଟେ ଆଜି ପୁରୁଷ ହକିରେ ବ୍ରୋଞ୍ଜ ପାଇଁ ପାକିସ୍ତାନ ସହ ଲଢ଼ିବ ଭାରତୀୟ ଟିମ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.