ନୂଆଦିଲ୍ଲୀ, ୧୩|୦୪: ଏସିଆ କପରେ ଭାରତର ପ୍ରଦର୍ଶନ ସବୁଠାରୁ ଭଲ ରହିଛି । ଭାରତ ସର୍ବାଧିକ ୭ ଥର ଚାମ୍ପିଅନ ହୋଇଛି । ଏହାସହ ଦଳ ୧୯୮୪ରେ ଆରମ୍ଭ ହୋଇଥିବା ପ୍ରଥମ ଏସିଆ କପ ମଧ୍ୟ ବିଜୟୀ ହୋଇଥିଲା । ଏହାର ଠିକ ଗୋଟିଏ ବର୍ଷ ପୂର୍ବରୁ ଭାରତ ୧୯୮୩ରେ ବିଶ୍ୱକପ ବିଜେତା ମଧ୍ୟ ହୋଇଥିଲା ।
କ୍ରିକେଟରେ ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ନଜରରେ ରଖି ଏସିଆନ କ୍ରିକେଟ୍ କାଉନସିଲ୍ ସରଯାହରେ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରଥମେ ଆୟୋଜନ କରିଥିଲା । ପ୍ରଥମ ଟୁର୍ଣ୍ଣାମେଣ୍ଟରେ କେବଳ ତିନୋଟି ଦଳ ଭାଗ ନେଇଥିଲେ । ୧୯୮୪ରେ ଭାରତ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଭେଟିଥିଲା । ଶ୍ରୀଲଙ୍କାକୁ ଗ୍ରୁପ୍ ପର୍ଯ୍ୟାୟରେ ପରାସ୍ତ କରିଥିବା ଭାରତ ପାକିସ୍ତାନକୁ ପ୍ରଥମ ଥର ପାଇଁ ଫାଇନାଲରେ ଭେଟିଥିଲା । ଏହି ମ୍ୟାଚରେ ସୁନିଲ ଗାଭାସ୍କର ଟିମ୍ ଇଣ୍ଡିଆରେ ନେତ୍ୱତ୍ୱ ନେଉଥିଲେ । ସେହିପରି ଜାହିର୍ ଆବାସଙ୍କ ନେତୃତ୍ୱରେ ପାକିସ୍ତାନ ଖେଳୁଥିଲା ।
wp:core-embed/twitter {"url":"https://twitter.com/ICC/status/1249540325040967680?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1249540325040967680%7Ctwgr%5E\u0026ref_url=https%3A%2F%2Fwww.indiatoday.in%2Fsports%2Fcricket%2Fstory%2Fasia-cup-1984-april-13-sunil-gavaskar-india-beats-pakistan-final-ravi-shastri-1666474-2020-04-13","type":"rich","providerNameSlug":"twitter","className":""} /wp:core-embed/twitterଏହି ମ୍ୟାଚର ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ୪୬ ଓଭରରେ ୧୮୮ ରନ କରିଥିଲା । ସୁନିଲ ଗାଭାସ୍କର ୫୫ ବଲରେ ୩୬ ରନ କରିଥିବା ବେଳେ ସନ୍ଦିପ ପାଟିଲ ୪୩ ବଲରୁ ୫୦ ଓ ସୁରିନ୍ଦର ଖାନ୍ନା ୫୬ ବଲରୁ ୭୨ ରନ କରିଥିଲେ ।
୧୮୯ ରନର ପିଛା କରୁଥିବା ପାକିସ୍ତାନ ୩୯.୪ ଓଭରରେ ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା । ପାକିସ୍ତାନର ୪ଜଣ ବ୍ୟାଟସମ୍ୟାନ ରନଆଉଟ ହୋଇଥିଲେ । ଭାରତୀୟ ଓପନର ସୁରିନ୍ଦର ଖାନ୍ନା ମ୍ୟାନ୍ ଅଫ ଦି ସିରିଜ୍ ହୋଇଥିଲେ ।