Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ମଞ୍ଚେଷ୍ଟରରେ ଭାରତର ଦମଦାର ବିଜୟ, ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ହରାଇଲା ଭାରତ, ବିରାଟ ପ୍ଲେୟାର ଅଫ ଦି ମ୍ୟାଚ୍

27/06/2019 at 10:28 PM

ମଞ୍ଚେଷ୍ଟର :  ଆଇସିସି ୱାର୍ଲଡ କପ୍ ରେ ଜାରି ରହିଛି ଭାରତର ବିଜୟ ଅଭିଯାନ।  ଗୁରୁବାର ମଞ୍ଚେଷ୍ଟରରେ ଖେଳାଯାଇଥିବା ୩୪ତମ ମ୍ୟାଚ୍ କୁ ଟିମ୍ ଇଣ୍ଡିଆ ୧୨୫ ରନ୍ ବ୍ୟବଧାନରେ ଜିତିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍ ରେ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ  ବିରାଟ ଟିମ୍ ୨୬୮ ରନ କରିଥିବା ବେଳେ ୨୬୯ ରନର ବିଜୟ ଲକ୍ଷ ନେଇ ଷ୍ଟାଡିମକୁ ଓହ୍ଲାଇଥିଲେ ୱେଷ୍ଟଇଣ୍ଡିଜ୍ ଟିମ୍। ତେବେ ୩୪ ଓଭର୨ଟି ବଲରେ ୧୪୩ ରନ୍ ରେ ଅଲ ଆଉଟ୍ ହୋଇଯାଇଛନ୍ତି ଜେସନ ହୋଲ୍ଡରଙ୍କ ଟିମ୍।  

ସ୍କୋର ବୋର୍ଡ ଅନୁସାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏପର୍ଯ୍ୟନ୍ତ ୱାର୍ଲଡ କପରେ ଭାରତର ଏହା ସର୍ବ ବୃହତ୍ତ ବିଜୟ ବୋଲି କୁହାଯାଇପାରେ। ୨୦୧୧ରେ ୱେଷ୍ଟଇଣ୍ଡିଜକୁ ୮୦ ରନରେ ହରାଇ ଥିଲା ଭାରତ । ଏହି ବିଜୟ ସହ ୱାର୍ଲଡ କପ୍ ରାଙ୍କିଙ୍ଗରେ  ଟିମ୍ ଇଣ୍ଡିଆର ପଏଣ୍ଟ ୧୧ରେ ପହଞ୍ଚିଛି। ଜୁନ ୩୦ ବର୍ମିଂହମରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତି ମ୍ୟାଚ୍ ରେ ଇଂଲଣ୍ଡକୁ ଭେଟିବ ଭାରତ।

ୱେଷ୍ଟଇଣ୍ଡିଜକୁ ୨୬୯ ରନର ଟାର୍ଗେଟ୍ ଦେଇଥିଲା ଭାରତ । ଏହାର ଜବାବରେ ଟିମ୍ ୩୪.୨ ଓଭରରେ ୧୪୩ ରନ କରି ଅଲଆଉଟ୍ ହୋଇଯାଇଛି । ଟିମ୍ ଇଣ୍ଡିଆ ପାଇଁ କପ୍ତାନ ବିରାଟ କୋହଲି ୭୨, ଧୋନୀ ୫୬, କେ.ଏଲ୍. ରାହୁଲ ୪୮ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୬ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ କେମାର ରୋଚ ସର୍ବାଧିକ ୩ଟି ୱିକେଟ୍ ପାଇଛନ୍ତି। ସେହିପରି ସେଲ୍ଡନ କଟ୍ରେଲ୍ ଓ ଜେସନ ହୋଲ୍ଡର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।  

ମ୍ୟାଚ୍ ଆରମ୍ଭରୁ ହିଁ ୱେଷ୍ଟଇଣ୍ଡିଜ୍ ର ବିପର୍ଯ୍ୟ ହୋଇଥିଲା। କ୍ରିସ୍ ଗେଲ୍ ୧୯ଟି ବଲରୁ ଗୋଟିଏ ଚୌକା ସହ ୬ ରନ୍ କରି କ୍ରିଜରେ ଥିବା ବେଳେ ମହମ୍ମଦ ସାମିଙ୍କ ବଲରେ ଯାଦବଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏସ୍.ଡବ୍ଲୁ. ଅମ୍ବରିସ ୩୧ ରନରେ ପାଣ୍ଡାୟଙ୍କ ବଲରେ ଏଲବିଡବ୍ଲୁ ହେବା ଟିମକୁ ବିପଦରେ ପକାଇ ଦେଇଥିଲା। ଅମ୍ବରିସଙ୍କ ପରେ ଟିମରେ ଆଉ କେହି ଖେଳାଳି ବଡ ସ୍କୋର କରିବାକୁ ସମର୍ଥ ହୋଇନଥିଲେ। ଫଳରେ ୩୪ ଓଭର ୨ଟି ବଲ୍ ରେ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍ ହୋଇଥିବା ବେଳେ ଭାରତ ୧୨୫ ରନ ବ୍ୟବଧାନରେ ବିଶାଳ ବିଜୟ ଲାଭ କରିଛି।

ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବିଶ୍ୱକପ ର ୩୪ତମ ମ୍ୟାଚ୍ ଟି ନିଶ୍ଚିତ ଏକ ସ୍ମରଣୀୟ ମ୍ୟାଚ ହୋଇ ରହିବ। ବିଶ୍ୱକପ୍ ରେ ବିରାଟ ଦ୍ରୁତତମ ୨୦ ହଜର ରନ ସଂଗ୍ରହର ଲକ୍ଷ ପୁରଣ କରିଥିବା ବେଳେ ଆଜିର ପ୍ଲେୟାର ଅଫଦି ମ୍ୟାଚ୍ ଘୋଷିତ ହୋଇଛନ୍ତି। ସେପଟ୍ ବୋଲର ମହମ୍ମଦ ସାମି ଆଜି ମଧ୍ୟ ୪ ୱିକେଟ୍ ପାଇଥିବା ବେଳେ ବୁମରାହ ଓ ଚହଲ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ରେ ସନ୍ତୁଷ୍ଟ ରହିଛନ୍ତି।

   Related Posts