ବାଂଲାଦେଶ ବିପକ୍ଷରେ ଟେଷ୍ଟ ଜିତିଲା ଭାରତ, ଗୋଟିଏ ଇନିଂସ ଓ ୧୩୦ରେ ବାଜିମାତ କଲା ଟିମ ଇଣ୍ଡିଆ

Published By : Prameya-News7 Bureau | November 16, 2019 IST

ଇନ୍ଦୋର : ଭାରତ ଓ ବାଂଲାଦେଶ ମଧ୍ୟରେ ଇନ୍ଦୋରରେ ଖେଳାଯାଇଥିବା ସିରଜର ପ୍ରଥମ ଟେଷ୍ଟ ମ୍ୟାଚ୍ କୁ ଟିମ୍ ଇଣ୍ଡିଆ ୧ ଇନିଂସ ଓ ୧୩୦ ରନରେ ଜିତିଯାଇଛି। ଫଳରେ ସିରିଜରେ ଭାରତକୁ ୧-୦ ଅଗ୍ରଣୀ ହୋଇଛି। ଏହି ଟେଷ୍ଟରେ ବିଜୟ ସହ ଭାରତ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନସିପ୍ ରେ ଅଧିକ ୬୦ ଅଙ୍କ ହାସଲ କରି ଟପପୋଜିସନ କାୟମ ରଖିଛି। ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ରେ ଭରତ ୩୦୦ ପଏଣ୍ଟ ହାସଲ କରିଛି।

{"id":185062,"width":575,"height":383,"sizeSlug":"large"}

ବାଂଲାଦେଶ ବିପକ୍ଷରେ ୫ ଦିନିଆ ପ୍ରଥମ ଟେଷ୍ଟ ୩ ଦିନରେ ହିଁ ଶେଷ ହୋଇଯାଇଛି। ଭ୍ରମଣକାରୀ ବାଂଲାଦେଶ ଅଧିନାୟକ ମାମିନୁଲ ହକ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଭାରତୀୟ ବୋଲରଙ୍କ ମୁକାବିଲା କରି ନପାରି ଟିମ୍ ୧୫୦ ରନରେ ହିଁ ଚିତ୍ ହୋଇଯାଇଛି। ବାଂଲାଦେଶର ଜବାବରେ ଭାରତୀୟ ଟିମ୍ ମୟଙ୍କ ଅଗ୍ରୱାଲଙ୍କ ଦ୍ୱିଶତକ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ରବିନ୍ଦ୍ର ଜାଡେଜା ଆଦିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟ୍ ବିନିମୟରେ ୪୯୩ ରନର ବିଶାଳ ସ୍କୋର ଛିଡା କରିବା ସହ ଇନିଂସ ଘୋଷଣା କରିଥିଲା।

{"id":185065,"sizeSlug":"large"}

ତେବେ ଦ୍ୱିତୀୟ ଇନିଂସରେ ମଧ୍ୟ ବାଂଲାଦେଶ ଖେଳାଳିମାନେ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନଥିଲେ। ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ବାଂଲାଦେଶ ଖେଳାଳିମାନେ ୨୧୩ ରନରେ ଅଲଆଉଟ୍ ହୋଇଯାଇଥିଲେ। ଫଳରେ ଟିମ୍ ଇଣ୍ଡିଆ ୧୩୦ ରନ ଓ ଗୋଟିଏ ଇନିଂସରେ ପ୍ରଥମ ଟେଷ୍ଟକୁ ହାତେଇ ନେଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.