Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

Ind vs West indies: କୋହଲୀ ଶତକରୁ ବଞ୍ଚିତ, ହେଲେ ବି ସିରିଜ୍ ଜିତିଲା ଭାରତ

22/12/2019 at 9:11 PM

କଟକ ୨୨।୧୨: ଭାରତ ବନାମ ୱେଷ୍ଟଇଣ୍ଡିଜ ୩ ଟିକିଆ ଏକଦିବସୀୟ ଶୃଙ୍ଖଳାର ରବିବାର ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟଚ୍‌ ଭାରତ ୪ ୱିକେଟ୍ ରେ ଜିତିଯାଇଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ୍ ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ ରଖିଥିଲା। ତେବେ ଭାରତ ହାତରେ ୪ ୱିକେଟ୍ ଓ ୨ ଓଭର ଥାଇ ନିର୍ଦ୍ଧାରିତ ବିଜୟ ଲକ୍ଷ ହାସଲ କରିନେଇଛି। ଫଳରେ ଭାରତ ୨-୧ରେ ସିରିଜ୍ ଜିତିଛି।

ଭାରତର ଓପ୍ନିଂ ରବିବାର ଦମଦାର ଥିଲା। ରୋହିତ ଶର୍ମା ଓ କେ.ଏଲ.ରାହୁଲ ଯୋଡି ପଡିଆରେ ଜମି ଯାଇଥିଲା। ରୋହିତ ମ୍ୟାଚ୍‌ ଆରମ୍ଭର ମାତ୍ର କିଛି ମିନିଟ୍‌ରେ ଜୟ ସୂର୍ଯ୍ୟାଙ୍କ ରନ୍‌ ରେକର୍ଡ ଭାଙ୍ଗି ଥିଲେ। ବେଳ ଉତ୍ସାହି ଥିଲେ ରୋହିତ। ରୋହିତ-ରାହୁ ଯୋଡିଙ୍କ ଦ୍ରୁତ ରନ ସଂଗ୍ରହ ଯୋଗୁ ଭାର୍ତ ଖୁବ୍ ଶୀଘ୍ର ସ୍କୋର ବୋର୍ଡରେ ଶହେ ରନ୍ ପୁରଣ କରିବାକୁ ସମର୍ଥ ହୋଇଥିଲା। ବାରବାଟୀରେ ରାହୁଲଙ୍କ ଶତକକୁ ଫ୍ୟାନ୍ସ ଅପେକ୍ଷା କରି ରହିଥିଲେ। ହେଲେ ୬୩ ରନ୍ କରି କ୍ରିଜରେ ଥିବା ବେଳେ ହୋଲ୍ଡରଙ୍କ ବଲ୍‌ରେ ହୋପଙ୍କ ଦ୍ୱାରା କଟ୍ ହେବା ଦର୍ଶକଙ୍କୁ ନିରାଶ କରିଥିଲା।

୮ ଚୌକା ଓ ଗୋଟିଏ ଛକ୍କା ବଳରେ ରୋହିତ ୬୩ଟି ବଲ୍‌ରୁ ୬୩ ରନ କରି ପ୍ୟାଭଲିୟନକୁ ଫେରିଥିଲେ। ତେବେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ କ୍ରିଜକୁ ଓହ୍ଲାଇବା ସ୍ଥିତିକୁ ସୁଧାରି ନେଇଥିଲା। କୋହଲିଙ୍କୁ ବେଶ ସପୋର୍ଟ କରିଥିଲେ। ରାହୁଲ। ଆଶା କରାଯାଉଥିଲା। ରାହୁଲ ଶତକ ଲଗାଇବେ। ହେଲେ ସେ ମଧ୍ୟ ୭୭ ରନ କରି ଖେଳୁଥିବା ବେଳେ ଜୋସେଫଙ୍କ ବଲରେ ହୋପଙ୍କ ଦ୍ୱାରା କଟ୍ ହୋଇଥିଲେ। ଟିମର ଭାର ପଡିଥିଲା ବିରାଟଙ୍କ କାନ୍ଧରେ । ରାହୁଲ ଓ ରୋହିତଙ୍କ କ୍ଷତିକୁ ଭରଣା କରି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ଶତକ ଆଡକୁ ଅଗ୍ରସର ହୋଇଥିଲେ।

ହେଲେ ଆୟର, ପନ୍ଥ ଓ ଯାଦବ ଯଥାକ୍ରମେ ୭,୭ ଓ ୯ ରନ କରି ପ୍ୟାଭଲିୟନକୁ ଫେରିବା ଦଳର ସ୍ଥିତିକୁ ଦୋହଲାଇ ଦେଇଥିଲା। ଫଳରେ ଶତକ ଆଡକୁ ଅଗ୍ରସର ହେଉଥିବା ବିରାଟ ରକ୍ଷଣାତ୍ମକ ଖେଳିବାକୁ ବାଧ୍ୟ ହୋଇଥିଲେ। ତେବେ ଜାଡେଜାଙ୍କ ସହଯୋଗ ବିରାଟ ଶତକୀୟ ଇନିଂସ ଲାଗି ପୁଣି ଉତ୍ସାହିତ ହୋଇଥିବା ବେଳେ ୮୫ ରନରେ ପଲଙ୍କ ବଲରେ ସିଧା ବୋଲ୍ଡ ହୋଇଥିଲେ। ସେତେବେଳେ ଟିମର ମୋଟ ସ୍କୋର ଥିଲା ୨୮୬ ରନ।  

ତେବେ ଜାଡେଜା ଓ ଶାର୍ଦ୍ଦୁଳ ଠାକୁର ସ୍ଥିତିକୁ ସମ୍ଭାଳିଥିଲେ।  ଠାକୁର ଆକ୍ରମଣାତ୍ମକ ପ୍ରଦର୍ଶନ କରି ଚୌକାରୁ ଖାତା ଖୋଲିଥିଲେ। ଜାଡେଜା ଠାକୁରଙ୍କୁ ସହଯୋଗ କରିଥିଲେ। ଫଳରେ ସେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟ ଆଡକୁ ମୁହାଁଇ ନେଇଥିଲେ। ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା ଠାକୁରଙ୍କ ଏହି ଯାତ୍ରା। ଶେଷରେ ବିଜୟର ଦ୍ୱାର ଦେଶରେ ଜାଡେଜାଙ୍କ ବିପକ୍ଷରେ ଏକ ନୋବଲ୍ ରେ ରନ୍ ଆଉଟ୍ ଆପିଲ ବିଚାରଲାଗି ଥାର୍ଡ ଆଇନିକଟକୁ ଯାଇଥିଲା। ହେଲେ ଜିତିଯାଇଥିଲା ଟିମ୍ ଇଣ୍ଡିଆ। କମେଣ୍ଟ୍ରି ବକ୍ସରେ କମେଣ୍ଟେଟର ଉତ୍ତେଜିତ ହୋଇ ଠାକୁରଙ୍କ ସପକ୍ଷରେ  କହିପକାଇ ଥିଲେ ‘ ଏ ବ୍ୟାଟ୍ ମୁଝେ ଦେଦେ ..ଠାକୁର’। ରୋହିତ ଶର୍ମା ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ବିରାଟ କୋହଲୀ ମ୍ୟାନ୍ ଅଫ ଦି ପ୍ଲେୟାର ବିବେଚିତ ହୋଇଛନ୍ତି।

   Related Posts