ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | June 09, 2019 IST

ଲଣ୍ଡନ ୯|୬: ବିଶ୍ବକପରେ ଆଜି ଭାରତ ଖେଳିବ ଦ୍ବିତୀୟ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ଓଭାଲରେ ଖେଳାଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ।

ପ୍ରଥମ ମ୍ୟାଚ୍ ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ବିରାଟ ବାହିନୀ, ଦ୍ବିତୀୟ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିବ । ଶକ୍ତିଶାଳୀ ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ୨ଟି ମ୍ୟାଚ୍ ରୁ ୨ଟି ଯାକରେ ବିଜୟୀ ହୋଇଛି । ବିଶ୍ବକପ୍ ରେ ଉଭୟ ଦଳ ୧୧ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଅଷ୍ଟ୍ରେଲିଆ ୮ଥର ଓ ଭାରତ ୩ ଥର ବିଜୟୀ ହୋଇଛନ୍ତି । ଆଜି ଓଭାଲ୍ ରେ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଫ୍ୟାନ୍ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.