ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ମ୍ୟାଚ୍ : ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

Published By : Prameya-News7 Bureau | January 24, 2020 IST

ଅକ୍‌ଲାଣ୍ଡ ୨୪।୦୧: ଶୁକ୍ରବାର ଠାରୁ ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍‌ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି । ତେବେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ଚଳିତ ବର୍ଷ ଭାରତର ପ୍ରଥମ ବିଦେଶ ଗସ୍ତ । ୨୦୧୯ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇ ଭାରତର ବିଶ୍ବକପ ଅଭିଯୋନ ଅଟକି ଥିଲା । ତେବେ ଭାରତୀୟ ଟିମ୍‌ ବିଶ୍ବକପ ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେହିପରି ପୂର୍ବ ସିରିଜର ପରାଜୟକୁ ଭୁଲି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି ଘରୋଇ ନ୍ୟୁଜିଲାଣ୍ଡ ଟିମ୍‌ ।

wp:core-embed/twitter {"url":"https://twitter.com/BCCI/status/1220592613905973250","type":"rich","providerNameSlug":"twitter","className":""}
https://twitter.com/BCCI/status/1220592613905973250
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.