ହାମିଲଟନରେ ସୁପର ଶୋ : ସୁପର ଓଭରରେ ମ୍ୟାଚ୍‌ ବିଜୟୀ , ସିରିଜ୍ କବ୍‌ଜା କଲା ଭାରତ

Published By : Prameya-News7 Bureau | January 29, 2020 IST

ହାମିଲଟନ, ୨୯|୦୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି୨୦ ଡ୍ରରେ ଶେଷ ହୋଇଛି। ରୋମାଞ୍ଚକର ମୁକାବିଲାରେ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କିଓ୍ୱି ଦଳ ଟାଇ କରିବାକୁ ସମର୍ଥନ ହୋଇପାରିଥିଲା । କେନ୍ ଓ୍ୱିଲିମସନଙ୍କ ବିସ୍ଫୋରକ ୯୫ ରନ ବଳରେ ୫ ଓ୍ୱିକେଟରେ ୧୭୯ ରନ କରିପାରିଥିଲା। ଭାରତ ଶେଷ ଓଭରରେ ମାପଚୂପ ବୋଲିଂ କରି ମ୍ୟାଚ୍ ପ୍ରଥମେ ଡ୍ର ରଖିଦେଇଥିଲା। ପରେ ସୁପର ଓଭରରେ ମ୍ୟାଚର ଫଇସଲା ହୋଇଥିଲା। ଏଥିରେ ଭାରତ ବିଜୟୀ ହୋଇଛି। ଭାରତ ମ୍ୟାଚ୍ ବିଜୟୀ ସହ ୩-୦ରେ ସିରିଜ ଜିତି ନେଇଛି। ଭାରତ ନ୍ୟୁଜିଲାଣ୍ଡରେ ଏହା ପ୍ରଥମ ଟି-୨୦ ସିରିଜ ବିଜୟ।

{"id":217489,"sizeSlug":"large"}

ସୁପର ଓଭରରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ସୀମିତ ୧ଓଭରରେ କିଓ୍ବି ଦଳ ୧୭ରନ କରିଥିଲା । ଭାରତୀୟ ଓପନର କେଲ୍. ରାହୁଲ ଓ ରୋହିତ ଶର୍ମା ୧୮ରନ୍‌ର ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲେ । ଓଭରର ଶେଷ ବଲ୍‌ରେ ରୋହିତ ଶର୍ମା ଲଗାତର ୨ଟି ଛକା ମାରି ଟାର୍ଗେଟ ହାସଲ କରିଥିଲେ । ମ୍ୟାଚ୍‌ରେ ଆକର୍ଷଣୀୟ ଖେଳ ପାଇଁ ରୋହିତ ଶର୍ମାଙ୍କୁ Man of The Match ଭାବେ ବିବେଚିତ କରାଯାଇଛି ।

{"id":217490,"sizeSlug":"large"}

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୭୯ ରନ କରିଥିଲା। ଦଳର ଓପନର ରୋହିତ ଶର୍ମା ଆଜି ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୪୦ ବଲରୁ ବିସ୍ଫୋରକ ୬୫ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଲ ରାହୁଲ ୨୭ ରନ କରିଥିବା ବେଳେ ଶିବମ ଦୁବେ ୩, ବିରାଟ କୋହଲି ୩୮, ଶ୍ରେୟସ ଆୟାର ୧୭ ରନ କରିଥିଲେ। କିଓ୍ୱି ପକ୍ଷରୁ ହାମିଶ ବେନେଟ୍ ସର୍ବାଧିକ ୩ ଓ୍ୱିକେଟ୍ ନେଇଥିବା ବେଳେ ମିଚେଲ ସାଣ୍ଟନର ଓ କୋଲିନ ଡେ ଗ୍ରାଣ୍ଡହୋମ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

{"id":217491,"width":575,"height":371,"sizeSlug":"large"}

୧୮୦ ରନକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ମାର୍ଟିନ ଗୁପ୍ଟିଲ ୩୧ ରନ କରି ଆଉଟ ହୋଇଥିବା ବେଳେ କୋଲିନ ମୁନରୋ୧୪ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ ଓ୍ୱିଲିମସନ ୯୫ ରନ କରି ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ। ଶେଷ ଆଡକୁ ଭାରତୀୟ ବୋଲର ଉପଯୋଗୀ ବୋଲିଂ କରି ମ୍ୟାଚ ଡ୍ର ରଖିଥିଲେ। ପରେ ସୁପର ଓଭର ହୋଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଗୋଟିଏ ଓଭରରେ ୧୭ ରନ କରିଥିଲା।ଜବାବରେ ଭାରତ ଟାର୍ଗେଟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶାମି,ଶର୍ଦ୍ଦୁଳ ଠାକୁର ୨, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.