Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଭାରତର ଦମ୍‌ଦାର ବିଜୟ, ପ୍ରଥମ ଟି-ଟ୍ବେଣ୍ଟିକୁ ୬ଓ୍ବିକେଟ୍‌ରେ ଜିତିଲା ମେନ୍ ଇନ୍‌ ବ୍ଲୁ

24/01/2020 at 3:37 PM

ଅକ୍‌ଲାଣ୍ଡ ୨୪।୦୧: ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ୫ଟିକିଆ ଟି-୨୦ ସିରିଜ  । ପ୍ରଥମ ମ୍ୟାଚ୍‌ରେ ଭାରତ ଦମ୍‌ଦାର ବିଜୟ ହାସଲ କରିଛି । ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିଲା ପ୍ରଥମ ମ୍ୟାଚ୍‌ ।  ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ । ନ୍ୟୁଜିଲାଣ୍ଡ ଦଳ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୫ଓ୍ବିକେଟ ହରାଇ ୨୦୩ ହାସଲ କରିଥିଲା । ତେବେ ୨୦୪ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଭାରତ ୧୯ଓଭରରେ ୪ଓ୍ବିକେଟ ହରାଇ ବିଶାଳ ସ୍କୋରକୁ ହାସଲ କରିଦେଇଛି । ଭାରତ ଏହି ବିଜୟ ସହ ଦଳ ୧-୦ରେ ଅଗ୍ରଣୀ ରହିଛି ।

 ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା କିଓ୍ବି ଟିମ୍‌ ୨୦ ଓଭରରେ ୫ଓ୍ବିକେଟ ହରାଇ ୨୦୩ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ୍ ମୁନରୋ ସର୍ବାଧିକ ୫୯, ରସ୍‌ ଟେଲର ୫୪, ଅଧିନାୟକ କେନ୍ ଓ୍ବିଲିୟମସନ ୫୧, ମାର୍ଟିନ ଗୁପ୍‌ଟିଲ୍‌ଙ୍କ ୩୦ରନ ସହଯୋଗରେ ସ୍କୋର ବୋର୍ଡରେ ୨୦୩ର ବିଶାଳ ରନ୍‌ର ଲକ୍ଷ୍ୟ ରଖାଯାଇଥିଲେ । ସେହିଭଳି ଭାରତ ପକ୍ଷରୁ ଚହଲ, ବୁମ୍‌ରାହ, ଶିବମ ଦୁବେ, ସର୍ଦ୍ଦୁଲ ଠାକୁର ଓ ରବିନ୍ଦ୍ର ଜାଡେଜା ଗୋଟିଏ-ଗୋଟିଏ ଓ୍ବିକେଟ ହାସଲ କରିଥିଲେ । ସୀମିତ ଓଭରରେ ମହମ୍ମଦ ସାମି ଓ ଶିବମ ଦୁବେ ଭାରତୀୟ ବୋଲର ହିସାବରେ ସର୍ବାଧିକ ରନ ଦେଇଛନ୍ତି । ସାମି ୪ ଓଭରରେ ୫୩ ରନ୍ ଓ ଶିବମ ଦୁବେ ୩ ଓଭରରେ ୪୪ରନ ଦେଇଛନ୍ତି ।

ତେବେ ୨୦୪ରନ୍‌ର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆକୁ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା । ଦଳୀୟ ସ୍କୋର ୧୬ ରନ ହୋଇଥିବାବେ ରୋହିତ ଶର୍ମା ୭ରନ୍‌ କରି ପାଭିଲିୟମ ଫେରିଯାଇଥିଲେ । ଏହାପରେ ଅଧିନାୟକ ବିରାଟ ଓ ରାହୁଲଙ୍କ ମଧ୍ୟରେ ୯୯ରନର ପାର୍ଟନରସିପ ହୋଇଥିଲା । କିନ୍ତୁ ରାହୁଲ ୨୭ବଲ୍‌ ଖେଳି ବିସ୍ପୋରକ ୫୬ରନ୍‌ ସଂଗ୍ରହ କରି ଆଉଟ ହୋଇଯାଇଥିଲେ । ରାହୁଲଙ୍କ ଆଉଟ ପରେ ପରେ ଅଧିନାୟକ ମଧ୍ୟ ୪୫ରନ୍ କରି ପାଭିନିୟନ ଫେରିଯାଇଥିଲେ । ପରେ ଶ୍ରେୟସ ଆୟର ଓ ଶିଭନ ଦୁବେ ବ୍ୟାଟିଂ ସମ୍ଭାଳିଥିଲେ । ଆୟର ଦଳ ପକ୍ଷରୁ ସର୍ବାଧିକ ୫୮ ରନ ଓ ଦୁବେଙ୍କ ୧୩ରନ ସହଯୋଗରେ ଗୋଟିଏ ଓଭର ଥାଇ ମ୍ୟାଚ୍ ବିଜୟୀ ହୋଇଛି ।

   Related Posts