ହାଇଦ୍ରାବାଦରେ ୱେଷ୍ଟଇଣ୍ଡିଜ୍ କୁ ଧୁଳି ଚଟାଇଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | October 14, 2018 IST

ହାଇଦ୍ରାବାଦ;୧୪/୧୦-ହାଇଦ୍ରାବାଦରେ ୱେଷ୍ଟଇଣ୍ଡିଜ୍ କୁ ଧୁଳି ଚଟାଇଲା ଟିମ୍ ଇଣ୍ଡିଆ । ୧୦ ୱିକେଟ୍ ରେ ଦ୍ବିତୀୟ ମ୍ୟାଚ କବଜା କଲା ବିରାଟ ବାହୀନି । ଏଥିସହ ୨-୦ରେ ସିରିଜ୍ ହାତେଇଛି ଭାରତ । ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ କାରବିଆନ୍ ଦଳ ମାତ୍ର ୧୨୭ରନ୍ କରି ଅଲ ଆଉଟ୍ ହୋଇଯାଇଥିଲେ । ପ୍ରଥମ ଇନିଂସିରେ ଆଗୁଆ ଥିବା ଟିମ୍ ଇଣ୍ଡିଆକୁ ମ୍ୟାଚ ଜିତିବାକୁ ମାତ୍ର ୭୨ରନ୍ ର ଆବଶ୍ୟକତା ଥିବା ବେଳେ ଦଳ ୧୬.୧ ଓଭରରେ ଏହି ଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଲୋକେଶ ରାହୁଲ ଅପରାଜିତ ୩୩ ଓ ପୃଥୀ ଶ' ୩୩ ରନ କରିଥିଲେ । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ୩୧୧ ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୩୬୭ ରନ୍ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଉମେଶ ଯାଦବ ୪ୱିକେଟ୍, ଜାଡେଜା ୩, ଅଶ୍ବିନୀ ୨ଟି, କୁଲଦୀପ ଯାଦବଙ୍କୁ ୧ ୱିକେଟ୍ ମିଳିଥିଲା । ଉମେଶ ଯାଦବ ହୋଇଛନ୍ତି ପ୍ଲେୟାର ଅଫ୍ ଦି ମ୍ୟାଚ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.