Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୩ୟ ଦିନିକିଆ : ୭ଓ୍ବିକେଟ୍‌ରେ ଜିତିଲା ଭାରତ, ୩-୦ରେ ସିରିଜ୍ ବିଜୟୀ

28/01/2019 at 2:20 PM

ନ୍ୟୁଜିଲାଣ୍ଡ ୨୮|୧:  ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଭାରତ । ୭ ଓ୍ବିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜ୍‌ରେ ୩-୦ରେ ଆଗୁଆ ହୋଇଛି ଭାରତ । ୪୩ ଓଭରରେ ୩ ଓ୍ବିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ଭାରତ । ଭାରତ ୨୪୫ ରନ୍ କରିଛି ।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ୪୯ ଓଭରରେ ଘରୋଇ ଦଳ ୨୪୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତକୁ ୨୪୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ନ୍ୟୁଜିଲାଣ୍ଡ । ୨୪୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଦଳ । ରୋହିତ ଶର୍ମା ୭୭ଟି ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହାୟତାରେ ୬୨ ରନ୍ କରିଥିଲେ । ଶିଖର ଧାଓ୍ବନ ୨୭ଟି ବଲ୍‌ରେ ୬ଟି ଚୌକା ସହାୟତାରେ ୨୮ ରନ୍, ବିରାଟ କୋହଲି ୭୪ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୦ରନ୍ କରିଥିଲେ । ଅମ୍ବାତି ରାୟୁଡୁ ୪୨ ବଲ୍‌ରୁ ୪୦ ଏବଂ ଦିନେଶ କାର୍ତ୍ତିକ ୩୮ ବଲ୍‌ରୁ ୩୮ ରନ୍ କରିଛନ୍ତି ।

ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି, ଭୁବନେଶ୍ବର କୁମାର ୨ଟି, ୟୁଜବେନ୍ଦ୍ର ଚହଲ ୨ଟି, ହାର୍ଦିକ ପାଣ୍ଡ୍ୟା ୨ ଟି ଓ୍ବିକେଟ୍ ନେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ରସ୍ ଟେଲର ସର୍ବାଧିକ ୯୩ ରନ୍ କରିଥିଲେ ।

   Related Posts